କନକ ବ୍ୟୁରୋ : ଆଜି ଧନ୍ତେରାସ୍ । ଏହି ଦିନ ସୁନା, ରୁପା ଓ ଅନ୍ୟ ଅଳଙ୍କାର କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ଓ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଉଠେ ବୋଲି ବିଶ୍ୱାସ ରହିଛି । ତେଣୁ ପ୍ରତିବର୍ଷ ଲୋକମାନେ ଧନ୍ତେରାସରେ ସୁନା ଗହଣା କିଣିବାକୁ ଆଗ୍ରହ ଦେଖାଇଥାନ୍ତି । କୋଭିଡ୍ ମହାମାରୀ ନିୟନ୍ତ୍ରଣ ସ୍ଥିତିକୁ ଆସିଛି । ବଜାର ମଧ୍ୟ ଖୋଲିଛି ।

Advertisment

ବିବାହ ପର୍ବକୁ ନେଇ ମଧ୍ୟ ଉତ୍ସାହ ବଢିଛି । ଯାହାକି ଦେଶର ଅଳଙ୍କାର ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଆଶା ବଢାଇଛି । ସୁନା ମୂଲ୍ୟ ଗତବର୍ଷ ତୁଳନାରେ ଅପେକ୍ଷାକୃତ କମ୍ ଥିବାରୁ ଗ୍ରାହକଙ୍କ ସଂଖ୍ୟାରେ ବଡ଼ ଧରଣର ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଗହଣା ଦୋକାନୀ ମଧ୍ୟ ଆକର୍ଷିତ ଅଫର ଦେଉଛନ୍ତି । ନବରାତ୍ର ପରଠାରୁ ସୁନାର ଚାହିଦା ବଢିବାରେ ଲାଗିଛି । ଅକ୍ଟୋବର ମାସରେ ଆଖିଦୃଶିଆ ଗହଣା ବିକ୍ରି ହୋଇଥିଲା । ତେଣୁ ଆଜି ଧନ୍ତେରାସରେ ଭଲ ବ୍ୟବସାୟ କରିବେ ବୋଲି ଆଶା ରଖିଛନ୍ତି ସୁନା ବ୍ୟବସାୟୀ ।

ଧନତେରସ : ସୁନାରେ କରନ୍ତୁ ନିବେଶ

- ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ସୁନା ଆମଦାନିକାରୀ ଦେଶ ଭାରତ
- ସୁନାର ଦାମ୍ କମ ଥାଉ କିମ୍ବା ଅଧିକ ଆମେ ସୁନା କିଣିଥାଉ
- ବିବାହରେ ଝିଅକୁ ସୁନା ଦେବା କାହିଁ କେଉଁକାଳରୁ ଆମ ପରମ୍ପରା
- ସୁନା କିଣିବା ପରମ୍ପରାଗତ ଭାବରେ ଆମ ଧର୍ମୀୟ ଭାବନା ସହ ଜଡିତ
- ଧନତେରସରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ
- ଗତବର୍ଷ ତୁଳନାରେ ସୁନା ଦାମ କମଥିବାରୁ କିଣିବା ପାଇଁ ଅଧିକ ଆଗ୍ରହ
- ୨୦୨୦ ତୁଳନାରେ ସୁନା ଗହଣାର ମୂଲ୍ୟ ପ୍ରାୟ ୫% କମ୍ ରହିଛି
- ଗ୍ରାହକଙ୍କୁ ଆକର୍ଷିିତ କରିବାକୁ କମ୍ ଓଜନର ସୁନା ଗହଣା ବିକ୍ରି ହେଉଛି
- ସୁନା ଗହଣା ବାଦ୍ ସୁନା ଓ ରୁପା କଏନ କିମ୍ବା ବାର ମଧ୍ୟ ଉପଲବ୍ଧ
- ସୁନା କିମ୍ବା ରୁପାରେ ତିଆରି ମା’ ଲକ୍ଷ୍ମୀଙ୍କ ପ୍ରତିମୂର୍ତି ମଧ୍ୟ ବିକ୍ରି ହେଉଛି
- ସୁନା ଗହଣାର ଗଢା ମୂଲ୍ୟ ଉପରେ ରିହାତି ଦେଉଛନ୍ତି ସୋ-ରୁମ୍
- ସ୍ୱତନ୍ତ୍ର ଅଳଙ୍କାରର ସମ୍ଭାର ଆଣିଛନ୍ତି ପ୍ରତିଷ୍ଠିତ ଗହଣା ଦୋକାନୀ
- ଖବରକାଗଜ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି
- ନବରାତ୍ରୀରୁ ଆରମ୍ଭ ହୋଇଥିବା ଗହଣା ବିକ୍ରି ଦିପାବଳୀ ଯାଏଁ ଚାଲିବ
- ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ବର୍ଷ ସାରାର ୪୦% ଗହଣା ବିକ୍ରି ହୁଏ