ହାପି ବାର୍ଥ’ଡ଼େ ସଲମାନ୍ ! ୫୫ ବର୍ଷରେ ପାଦ ଥାପିଲେ ବଲିଉଡ୍ ଦବଙ୍ଗ । 

ହାପି ବାର୍ଥ’ଡ଼େ ସଲମାନ୍ ! ୫୫ ବର୍ଷରେ ପାଦ ଥାପିଲେ ବଲିଉଡ୍ ଦବଙ୍ଗ । 

ବଲିଉଡ୍ ର ସୁଲତାନ୍ ,ଭାଇଜାନ୍ ,ଦବଙ୍ଗ,ରାଧେ ନାମରେ ପରିଚିତ ସୁପରଷ୍ଟାର ଅଭିନେତା ସଲମାନ୍ ଖାନଙ୍କର ଆଜି ଜନ୍ମଦିନ । ୫୫ ବର୍ଷରେ ପାଦ ଥାପିଛନ୍ତି ସଲମାନ୍ । ୧୯୬୫ ମସିହା ଡିସେମ୍ବର ୨୭ ରେ ଜନ୍ମିଥିବା ସଲମାନ୍ ଙ୍କର ସଂପୂର୍ଣ୍ଣ ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍ । ୧୯୮୮ ମସହାରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୁପରେ ବଲିଉଡରେ ଡେବ୍ୟୁ କରିଥିବା ସଲମାନ୍ ପରମୁହୂର୍ତ୍ତରେ ମେନେ ପ୍ୟାର କିୟା,ହମ୍ ଆପକେ ହେ କନ୍, ହମ୍ ସାଥ୍ ସାଥ୍ ହେଁ,ପ୍ୟାର କିୟା ତୋ ଡରନା କ୍ୟା,ହମ୍ ଦିଲ୍ ଦେ ଛୁକେ ସଲମ୍ ଏହାପରେ ଦବଙ୍ଗ, ୱାଣ୍ଟେଡ୍,ବଜରଙ୍ଗୀ ଭାଇଜାନ୍ ଭଳି ସୁପର୍ ହିଟ୍ ଫିଲ୍ମରେ ନିଚ୍ଛକ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ ।

publive-image

ସଲମାନଙ୍କ ପ୍ରଶଂସକ ମଧ୍ୟରେ କିଛି ଏଭଳି ଲୋକ ଅଛନ୍ତି ଯେ ତାଙ୍କ ଜୀବନଶୈଳୀକୁ ଫଲୋ କରିବା ସହ ତାଙ୍କ ଭଳି କଥାବାର୍ତ୍ତା ଏବଂ ଭାବଭଙ୍ଗୀ ମଧ୍ୟ ଦେଖାନ୍ତି । କୃଷ୍ଣସାର ମୃଗ ଶିକାର କେସ୍ ରେ ଫସି କିଛି ଦିନ ପାଇଁ ଜେଲ୍ ଯାଇଥିବା ସଲମାନଙ୍କ କାହାଣୀ ବେଶ୍ ରୋମାଞ୍ଚକର । ୫୫ ବର୍ଷ ବୟସରେ ମଧ୍ୟ ଅବିବାହିତ ରହି ସେ ବ୍ୟାଚଲର୍ ଅଫ୍ ଦି ୱାର୍ଲଡର ରେକର୍ଡ ମଧ୍ୟ କରିସାରିଲେଣି । ସଲମାନଙ୍କ କ୍ୟାରିୟର ଯାତ୍ରା ଯେଭଳି ସୁନ୍ଦର ତାଙ୍କ ଲଭ୍ ଲାଇଫ୍ ସେତେ କଠିନ । ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ନେଇ କ୍ୟାଟ୍ରିନା କ୍ୟାଫ୍ ଙ୍କ ଭଳି ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡାଯାଇଥିଲା । ତେବେ ଭାଇଜାନ୍ ଙ୍କ ବାର୍ଥ ଡେ ଅବସରରେ ତାଙ୍କୁ ଟ୍ୱିଟରରେ ଫ୍ୟାନ୍ସମାନେ ଏବଂ ସାଙ୍ଗମାନେ ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe