୩୮ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି। ବୟସ ବଢିଥିଲେ ବି ପଡିଆରେ କମିନି ମାହିଙ୍କ ଚମକ। ୱିକେଟ ପଛରେ ଥାଇ ଦଳର ବିଜୟ ପାଇଁ କରୁଛନ୍ତି ରଣନୀତି

Advertisment
୩୮ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି। ବୟସ ବଢିଥିଲେ ବି ପଡିଆରେ କମିନି ମାହିଙ୍କ ଚମକ। ୱିକେଟ ପଛରେ ଥାଇ ଦଳର ବିଜୟ ପାଇଁ କରୁଛନ୍ତି ରଣନୀତି

Source:indiatoday.in

କନକ ବ୍ୟୁରୋ: ହାପି ବାର୍ଥ ଡେ ଧୋନୀ । ଆଜି ୩୮ ବର୍ଷରେ ପାଦ ଦେଇଛନ୍ତି ଟିମ୍ ଇଣ୍ଡିଆର ଏହି ମୋଷ୍ଟ ଭିଜନ କ୍ରିକେଟର । ଜନ୍ମଦିନ ଅବସରରେ ଟୁଇଟ୍ କରି ଧୋନୀଙ୍କୁ ଜନ୍ମଦିନର ବଧେଇ ଜଣାଇଛି ବିସିସିଆଇ । ଟୁଇଟର ପେଜରେ ବିସିସିଆଇ ଧୋନୀଙ୍କ ୪ଟି ଫଟୋକୁ ଗୋଟିଏ ପେଜରେ ସ୍ଥାନ ଦେଇଛି । ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ଟିମଇଣ୍ଡିଆ ଦମଦାର ବିଜୟ ହାସଲ କରି ଧୋନୀଙ୍କୁ ଜନ୍ମଦିନର ଉପହାର ଦେଇଛି ।

କ୍ରିକେଟ୍ କ୍ୟାରିୟରରେ ଧୋନୀ ଭାରତ ପାଇଁ ୧୯୯ ମ୍ୟାଚରେ କପ୍ତାନୀ କରି ୧୧୦ ମ୍ୟାଚରେ ବିଜୟୀ ହୋଇ ସବୁଠାରୁ ସଫଳ ଅଧିନାୟକର ରେକର୍ଡ ନିଜ ନାଁରେ କରିଛନ୍ତି । ଆଇସିସିର ତିନିଟି ମେଗା ଟୁଣ୍ଣାମେଂଟରେ ଚାମ୍ପିଅନ୍ ହେବାର ବିରଳ ରେକର୍ଡ ବି ଅଛି ତାଙ୍କ ନାଁରେ ।

publive-image

ଦଳରେ କ୍ୟାପଟେନ୍ ଥାଅନ୍ତୁ ବା ନଥାନ୍ତୁ ପଡିଆରେ ଥିଲେ କାଫି । ୱିକେଟ୍ ପଛରେ ଥାଇ କଠିନ ସ୍ଥିତିରେ ତାଙ୍କର ରଣନୀତି ଦଳକୁ ବିଜୟୀ କରାଇ ଦେଇଥାଏ । ଏବେ ବି ଧୋନୀ ଜଣେ ବିଶ୍ୱସ୍ତରୀୟ ମ୍ୟାଚ୍ ଫିନିସର । ଖାସ୍ ସେଇଥିପାଇଁ ବିଶ୍ୱକ୍ରିକେଟରେ ଧୋନୀଙ୍କ କ୍ରେଜ କିଛି ଅଲଗା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe