ନବେ ବର୍ଷରେ ପାଦ ଥାପିଲେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର୍ ! ସିନେମା ଜଗତକୁ ଅନେକ କାଳଜୟୀ ସଂଗୀତ ଭେଟି ଦେଇ ଶ୍ରୋତାଙ୍କୁ କରିଛନ୍ତି ମନ୍ତ୍ରମୁଗ୍ଧ ।

ନବେ ବର୍ଷରେ ପାଦ ଥାପିଲେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର୍ ! ସିନେମା ଜଗତକୁ ଅନେକ କାଳଜୟୀ ସଂଗୀତ ଭେଟି ଦେଇ ଶ୍ରୋତାଙ୍କୁ କରିଛନ୍ତି ମନ୍ତ୍ରମୁଗ୍ଧ ।

ନବେ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡର କୋକିଳ କଣ୍ଠୀ ଲତା ମଙ୍ଗେସକର। ଭାରତୀୟ ସିନେମାକୁ ଅନେକ କାଳଜୟୀ ସଂଗୀତ ଦେଇଛନ୍ତି। କେବଳ ହିନ୍ଦି ନୁହେଁ, ଅନ୍ୟ ଆଞ୍ଚଳିକ ଭାଷାରେ ବି ଗୀତ ଗାଇଛନ୍ତି ଲତା। ଲତାଙ୍କ ଗୀତ ‘ଲଗଜା ଗଲେ’, ‘ପ୍ୟାରକା ନଗମା’, ‘ଆଜ ଫିର୍ ଜିନେ କି ତମନ୍ନା ହୈ’, ‘ପିୟା ତୋସେ’ ଆଦି ଗୀତ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ। ତେବେ, ଚାଲନ୍ତୁ ଜାଣିବା ଏହି ମହାନ ଶିଳ୍ପୀଙ୍କ ବିଷୟରେ କିଛି କଥା।

publive-image

ଲତା ମରାଠୀ ସଂଗୀତଜ୍ଞ ପଣ୍ଡିତ୍ ଦିନାନାଥ ମଙ୍ଗେସକରଙ୍କ ସୁପୁତ୍ରୀ। ସେ ହେଉଛନ୍ତି ପ୍ରଥମ ସନ୍ତାନ। ତାଙ୍କର ୩ ଜଣ ଭଉଣୀ ଓ ଜଣେ ଭାଇ ଅଛନ୍ତି। ସେମାନେ ହେଉଛନ୍ତି ମୀନା ଖାଦିକର୍, ଆଶା ଭୋଷଲେ, ଊଷା ମଙ୍ଗେସକର ଓ ହରିଦୟାନାଥ ମଙ୍ଗେସକର। ଲତା ପ୍ରଥମେ ସଂଗୀତ ତାଙ୍କ ବାପାଙ୍କ ପାଖରୁ ଶିଖିଥିଲେ। ପରେ ସେ ଅନ୍ୟ ଗୁରୁ କରିଥିଲେ। ଲତାଙ୍କୁ ୧୩ ବର୍ଷ ବୟସରେ ତାଙ୍କ ବାପାଙ୍କର ପରଲୋକ ହୋଇ ଯାଇଥିଲା। ସେ ପାଇଥିବା କେତେକ ସମ୍ମାନଜନକ ପୁରସ୍କାର ମଧ୍ୟରେ ଅଛି ଭାରତ ରତ୍ନ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ଦାଦା ସାହେବ ଫାଲକେ ଆଓ୍ଵାର୍ଡ ଇତ୍ୟାଦି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe