୪୭ ବର୍ଷରେ ପାଦ ଥାପିଲେ କ୍ରିକେଟ୍ ଜଗତର ପ୍ରତିିଭାବାନ୍ ଖେଳାଳୀ ତଥା ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲୀ ! ଯିଏ ନିଜ କ୍ୟାପଟେନ୍ସି ସମୟରେ ଭାରତକୁ ଦେଇଥିଲେ ଏହି ୫ ଷ୍ଟାର ।

284

ଟିମ୍ ଇଣ୍ଡିଆରେ “ଦାଦା” ନାମରେ ଜଣାଶୁଣା ପୂର୍ବତନ କ୍ରିକେଟ୍ ଖେଳାଳୀ ସୌରଭ ଗାଙ୍ଗୁଲୀଙ୍କ ଆଜି ହେଉଛି ୪୭ ତମ ଜନ୍ମବାର୍ଷିକୀ । ଗାଙ୍ଗୁଲୀଙ୍କୁ ଭାରତର କ୍ରିକେଟ୍ ଜଗତରେ ସବୁଠାରୁ ପ୍ରତିଭାବାନ୍ ଅଧିନାୟକ ରୁପେ ସ୍ଥାନ ମିଳିଛି ଯିଏ ନିଜ ଟିମକୁ ଏକଜୁଟ୍ ହୋଇ ଖେଳିବାକୁ ପ୍ରେରଣା ଦେଲେ । ଗାଙ୍ଗୁଲୀଙ୍କ କ୍ୟାପଟେନ୍ସିରେ ଅନେକ ପ୍ରତିିଭାବାନ୍ ଖେଳାଳୀଙ୍କ ଭାଗ୍ୟ ଫିଟିଥିଲା । ‘ଗଡ୍ ଅଫ୍ କ୍ରିକେଟ୍’ ର ପରିଚୟ ସୃଷ୍ଟି କରିଥିବା ଖେଳାଳୀ ସଚ୍ଚିନ ତେନ୍ଦୁଲକର୍ ସୌରଭଙ୍କ ଟିମ୍ କୁ ଆସିବା ପୂର୍ବରୁ ହିଁ ନାଁ କମାଇସାରିଥିଲେ । କିନ୍ତୁ ଗାଙ୍ଗୁଲିଙ୍କ କ୍ୟାପଟେନ୍ସିରେ ସେ ଅନେକ ରେକର୍ଡ ନିଜ ନାଁରେ କରିପାରିଥିଲେ । ଗାଙ୍ଗୁଲି ଥିବା ସମୟରେ ସେ ୪୨ ଟେଷ୍ଟ୍ ଖେଳିଥିଲେ ଏବଂ ୬୨.୮୦ ଓଭରରେ ୩୭୬୮ ରନ୍ କରିଥିଲେ ।

ବିରେନ୍ଦ୍ର ସେହୱାଗ୍ ତଥା “ବିରୁ ପାଜି” ଗାଙ୍ଗୁଲୀଙ୍କ କ୍ୟାପଟେନ୍ସିରେ ନିଜ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ । ପ୍ରଥମେ ନମ୍ବର ୬ ରେ ସେ ବ୍ୟାଟିଙ୍ଗ୍ କରିବାକୁ ଆସୁଥିଲେ । କିନ୍ତୁ ପରେ ପରେ ତାଙ୍କୁ ଓପନିଙ୍ଗ୍ ର ମଉକା ମଧ୍ୟ ଦିଆଗଲା । ୱାନଡେରେ ସେତେ ଚିତ୍ତାକର୍ଷକ ଖେଳି ନ ପାରିଥିଲେ ମଧ୍ୟ ଟେଷ୍ଟ୍ ରେ ସେ ଉନ୍ନତ ଖେଳି କ୍ରିକେଟପ୍ରେମୀଙ୍କ ପ୍ରିୟ ହୋଇପାରିଥିଲେ ।

କଥା ଯେତେବେଳେ କ୍ରିକେଟର ଆସେ ରାହୁଲ୍ ଦ୍ରାବିଡଙ୍କ ନାଁ ନ ଆସି କେମିତି ରହିବ । ଗାଙ୍ଗୁଲୀଙ୍କ କ୍ୟାପଟେନ୍ସିରେ ନିଜର ସ୍ୱର୍ଣ୍ଣିମ ସମୟ ଦେଖିଥିବା ଖେଳାଳୀ ହେଉଛନ୍ତି ରାହୁଲ୍ ଦ୍ରାବିଡ । ୪୯ ଟେଷ୍ଟରେ ୭୩.୩୧ ଓଭରରେ ୪୯୧୨ ରନ୍ କରିଥିଲେ ଏବଂ ୧୩୩ ୱାନଡେରେ ୪୨୨୩ ରନ୍ କରିଥିଲେ ।

 

ଇରଫାନ୍ ପଠାନ୍ ଙ୍କୁ ବି ଗାଙ୍ଗୁଲୀଙ୍କ ଆଶିର୍ବାଦ ମିଳିଥିବା କଥା କୁହାଯାଉଛି । ବଡୋଦରାର ଏହି ପଠାଣ୍ ଙ୍କୁ “କ୍ରିକେଟ୍ ର ସ୍ୱର୍ଣ୍ଣିମ ଇତିହାସ” କପିଲ୍ ଦେବଙ୍କ ସହ ମଧ୍ୟ ତୁଳନା କରାଯାଏ । ପଠାଣ୍ ଗାଙ୍ଗୁଲୀଙ୍କ କ୍ୟାପଟେନ୍ସି ସମୟରେ ୩୨ ୱାନଡେରେ ୫୩ ଏବଂ ୧୧ ଟେଷ୍ଟରେ ୫୭ ୱିକେଟ୍ ନେଇଥିଲେ ।

ହରଭଜନ୍ ସିଂହ ଓରଫ୍ ଭଜିଙ୍କୁ ଗାଙ୍ଗୁଲୀଙ୍କ କ୍ୟାପଟେନ୍ସି ପୂର୍ବରୁ ହିଁ କ୍ରିକେଟର ସ୍ଥାନ ମିଳିଥିଲା । ନିଜର ବୁଦ୍ଧି ଏବଂ ସଞ୍ଜମତାକୁ ବାଲାନ୍ସ କରି ପ୍ରତିପକ୍ଷଙ୍କୁ କିଭଳି ମାତ୍ ଦେଇହେବ ଏହି ପ୍ରତିଭା ଭଜିଙ୍କୁ ଖୁବ୍ ଭଲ ଭାବେ ଜ୍ଞାତଥିଲା ଯାହା ଗାଙ୍ଗୁଲୀଙ୍କୁ ତାଙ୍କର ନିକଟତର କରାଇଥିଲା ।