୭୮ ବର୍ଷ ବୟସରେ ପାଦ ରଖିଲେ ବଲିଉଡର ମହାନାୟକ: କୌନ ବନେଗା କରୋଡପତି ସେଟରେ ହେବ ବିଗବିଙ୍କ ଜନ୍ମଦିନର ସେଲିବ୍ରେସନ; ଛୁଟୁଛି ପ୍ରଂଶସକଙ୍କ ଶୁଭେଚ୍ଛା

55

କନକ ବ୍ୟୁରୋ: ବଲିଉଡର ସେହନ ସା ଅମିତାଭ ବଚ୍ଚନ ଆଜି ୭୮ ତମ ଜନ୍ମଦିନ ପାଳନ କରୁଛନ୍ତି । ବଲିଉଡକୁ ଏକାଧିକ ସୁପର ଡୁପର ଫିଲ୍ମ ଭେଟି ଦେଇଥିବା ବିଗ ବି ସବୁବେଳେ ଚର୍ଚାରେ ରହିଆସିଛନ୍ତି । ଅମିତାଭ ଏବେ ସୋନି ଟିଭିରେ ଗେମ ରିଏଲିଟି ସୋ କୌନ ବନେଗା କରୋଡପତିର ୧୨ତମ ସିଜିନର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେଣୁ ଜନ୍ମ ଦିନରେ ମଧ୍ୟରେ ସେ ଘରେ ବସିବେ ନାହିଁ । କୌନ ବନେଗା କରୋଡପତିର ସେଟରେ ହେବ ବିଗ ବିଙ୍କ ଜନ୍ମଦିନର ସେଲିବ୍ରେସନ । ତେବେ ମହାନାୟକଙ୍କ ଜନ୍ମଦିନ ଅବସରରେ ପ୍ରଂଶସକଙ୍କ ଶୁଭେଚ୍ଛା ଛୁଟିବାରେ ଲାଗିଛି ।

ଆଜି ହେଉଛି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିବସ। ଆଉ ଗତକାଲି ଥିଲା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ। ଏଦୁଇ କଳାକାର ବେଶ୍ କେତୋଟି ସିନେମାରେ ଏକାଠି ନଜର ଆସିଥିଲେ। ଅମିତାଭ ଓ ରେଖାଙ୍କ ସଂପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ତେବେ ବିଗ୍‌ ବି ଅମିତାଭ ବଚ୍ଚନ, ରେଖା ଓ ଜୟା ଭାଦୁଡ଼ିଙ୍କ ବାସ୍ତବ ଜୀବନର ପ୍ରେମ ତ୍ରିକୋଣକୁ ନେଇ ଆଜି ବି ଚର୍ଚ୍ଚା ହୁଏ। ଅମିତାଭ ଓ ରେଖା ପ୍ରଥମେ ‘ଦୋ ଅନ୍‌ଜାନେ’ର ସୁଟିଂ ସେଟ୍‌ରେ ପରସ୍ପର ସହିତ ପରିଚିତ ହୋଇଥିଲେ। ସେ ଦୁହେଁ ପରେ ବେଶ୍‌ କେତୋଟି ହିନ୍ଦୀ ସିନେମାରେ ଏକାଠି କାମ କରିଥିଲେ । ତେବେ ଉଭୟଙ୍କୁ ଏକାଠି ଶେଷ ଥର ପାଇଁ ୟଶ୍‌ ଚୋପ୍ରାଙ୍କ ବହୁଚର୍ଚ୍ଚିତ ସିନେମା ‘ସିଲ୍‌ସିଲା ’ରେ ଦେଖିବାକୁ ମିଳିଥିଲା । କୁହାଯାଏ ଯେ ଜୟାଙ୍କୁ ବିବାହ କରିବା ପରେ ବି ଅମିତାଭ ରେଖାଙ୍କ ସହ ସଂପର୍କ ରଖିଥିଲେ ।

ଖାଲି ସେତିକି ନୁହେଁ, ସେ ଦୁହେଁ ଗୋପନ ବିବାହ ମଧ୍ୟ କରିଥିଲେ ବୋଲି ଶୁଣିବାକୁ ମିଳିଥିଲା । ରେଖା ସେଥିପାଇଁ ସବୁବେଳେ ସିନ୍ଦୂର ପିନ୍ଧିଥାଆନ୍ତି। ଋଷି କପୁର ଓ ନୀତୁ ସିଂହଙ୍କ ମ୍ୟାରେଜ୍‌ ରିସେପ୍‌ସନ୍‌ ପାର୍ଟିରେ ବି ରେଖାଙ୍କ ଗଳାରେ ମଙ୍ଗଳସୂତ୍ର ଓ ସିନ୍ଥିରେ ସିନ୍ଦୂର ଦେଖିବାକୁ ମିଳିଥିଲା । ତେବେ ଅମିତାଭଙ୍କ ସହ ସଂପର୍କର କିଛି ଭବିଷ୍ୟତ ନାହିଁ ବୋଲି ଜାଣି ରେଖା ତାଙ୍କଠାରୁ ଦୂରେଇ ଯାଇଥିଲେ ବୋଲି କୁହାଯାଏ ।

Comments are closed.