ଆଜି ହେଉଛି ଖିଲାଡି କୁମାରଙ୍କ ହାପି ବାର୍ଥ ଡେ! ୫୧ ବର୍ଷରେ ପାଦ ରଖିଲେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ।

ଆଜି ହେଉଛି ଖିଲାଡି କୁମାରଙ୍କ ହାପି ବାର୍ଥ ଡେ! ୫୧ ବର୍ଷରେ ପାଦ ରଖିଲେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ।

source :The Quint

ଆଜି ହେଉଛି ବଲିଉଡ ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କର ଜନ୍ମଦିନ। ସେ ୫୧ ବର୍ଷ ବୟସରେ ପଦାର୍ପଣ କଲେ। ବଲିଉଡ଼ର ଜଣେ ସଫଳ ଆକ୍ଟର ଓ ନାମୀ ଷ୍ଟାର୍। କିନ୍ତୁ ବାସ୍ତବ ଜୀବନରେ ସେ ଜଣେ ଭଲ ମଣିଷ ବୋଲି କୁହାଯାଏ ,ଜାଣନ୍ତୁ କାହିଁକି ?

publive-image

ଅକ୍ଷୟ କୁମାର ଏକ ପାରଂପାରିକ ପଞ୍ଜାବୀ ପରିବାରର ପୁଅ। ସେ ଧାର୍ମିକ ପ୍ରବୃତ୍ତିର। ମାତା ବୈଷ୍ଣୋ ଦେବୀଙ୍କ ଉପରେ ତାଙ୍କର ରହିଛି ଅଗାଧ ଭକ୍ତି ଓ ଶ୍ରଦ୍ଧା । ତେଣୁ ସେ ନିଜ ବ୍ୟାଗରେ ସୁନା ଚାନ୍ଦି ନିର୍ମିତ ମାତା ବୈଷ୍ଣୋ ଦେବୀ ,ଭଗବାନ ଶଙ୍କର ଓ ରାମଙ୍କ ମୂର୍ତ୍ତିକୁ ଯୁଆଡ଼େ ବି ଯାଆନ୍ତି ନିଜର ସାଙ୍ଗରେ ତାହାକୁ ନେଇ କରି ଯାଆନ୍ତି । ଆଜିଯାଏଁ ସେ ଏହି ତିନି ମୂର୍ତ୍ତିଙ୍କୁ ସାଙ୍ଗରେ ଧରି ସୁଟିଂ ସେଟ ଯାଆନ୍ତି। ଅକ୍ଷୟ କୁମାର ଖୁବ୍ ଅନୁଶାସିତ। ସେ ସୁଟିଂ ସେଟ୍ ହେଉ ବା ଫଙ୍କସନ୍ ହେଉ ସବୁଠି ଠିକ୍ ସମୟରେ ହିଁ ପହଞ୍ଚି ଯାଆନ୍ତି। ଅକ୍ଷୟ ଜଣେ ଆଦର୍ଶ ପିତା ମଧ୍ୟ ଅଟନ୍ତି। ସେ ଅନେକ ସମୟରେ ପୁଅ ଆରବ ଓ ପତ୍ନୀ ଟ୍ଵିଙ୍କଲ୍ଙ୍କୁ ତାଙ୍କର ସୁଟିଂ ସେଟକୁ ସାଙ୍ଗରେ ନେଇ ଯାଆନ୍ତି। ଏଥିସହିତ ଅକ୍ଷୟ କୁମାର ବହୁତ ସହନଶୀଳ ସ୍ୱଭାବର ବ୍ୟକ୍ତି ମଧ୍ୟ ଅଟନ୍ତି। ସେ ନିନ୍ଦା ଅପମାନରେ ଆଦୌ ପ୍ରତିକ୍ରିୟା ବ୍ୟକ୍ତ କରନ୍ତି ନାହିଁ। ଅକ୍ଷୟ କେବେବି ତାଙ୍କର ସଫଳତା,ପ୍ରାଇସ୍ ବା ଷ୍ଟାର୍ସକୁ ନେଇ ନିଜ ଢ଼ୋଲ ନିଜେ ବଜାନ୍ତି ନାହିଁ।

publive-image

ଅକ୍ଷୟ କୁମାର ଖୁବ୍ ଭାବୁକ ସ୍ୱଭାବର। ସେ ନିଜ ପିତା-ମାତାଙ୍କ ଖୁବ୍ ଭକ୍ତି କରନ୍ତି।ଅକ୍ଷୟ ଏଭଳି ଜଣେ ଅଭିନେତା ଯିଏକି ନିଜର କାମ ଓ କୁଶଳ ବ୍ୟବହାର ମାଧ୍ୟମରେ ନିର୍ଦ୍ଦେଶକଙ୍କୁ ସହଜରେ ନିଜର ବନ୍ଧୁ କରିନିଅନ୍ତି । ସେ ସ୍କ୍ରିପ୍ଟରେ କେବେ ବି ହସ୍ତକ୍ଷେପ କରନ୍ତି ନାହିଁ। ସେ ହେଉଛନ୍ତି ଏଭଳି ଜଣେ ଅଭିନେତା ଯାହାଙ୍କର କି ସର୍ବାଧିକ ସାଙ୍ଗ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe