ଢେଙ୍କାନାଳ ପରଜଙ୍ଗରେ ମାତିଛି ହନୁମାଙ୍କଡ : ୧୫ରୁ ଅଧିକ ଆହତ

Advertisment

ଢେଙ୍କାନାଳ ଜିଲ୍ଲା ଡିହଡୋଳ ଫରେଷ୍ଟ ସେକ୍ସନରେ ଆତଙ୍କ ଖେଳାଇଛି ହନୁମାଙ୍କଡ଼ । ଗୋଟିଏ ପାଗଳ ହନୁମାଙ୍କଡ଼ ଗାଁଲୋକଙ୍କୁ ଦେଖିଲେ ଅତର୍କିତ ଆକ୍ରମଣ କରୁଛି ।

ଢେଙ୍କାନାଳ ଜିଲ୍ଲା ଡିହଡୋଳ ଫରେଷ୍ଟ ସେକ୍ସନରେ ଆତଙ୍କ ଖେଳାଇଛି ହନୁମାଙ୍କଡ଼ । ଗୋଟିଏ ପାଗଳ ହନୁମାଙ୍କଡ଼ ଗାଁଲୋକଙ୍କୁ ଦେଖିଲେ ଅତର୍କିତ ଆକ୍ରମଣ କରୁଛି ।

21

ODISHA Photograph: (KANAK NEWS)

କନକବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ଡିହଡୋଳ ଫରେଷ୍ଟ ସେକ୍ସନରେ ଆତଙ୍କ ଖେଳାଇଛି ହନୁମାଙ୍କଡ଼ । ଗୋଟିଏ ପାଗଳ ହନୁମାଙ୍କଡ଼ ଗାଁଲୋକଙ୍କୁ ଦେଖିଲେ ଅତର୍କିତ ଆକ୍ରମଣ କରୁଛି । ବିଭିନ୍ନ ସମୟରେ ୧୫ରୁ ଅଧିକ ମହିଳା, ଛୋଟ ପିଲା, ବୟସ୍କ ବ୍ୟକ୍ତିଙ୍କୁ ମାଙ୍କଡ଼ ଅତର୍କିତ ଆକ୍ରମଣ କରି ଲହୁ ଲୁହାଣ କରିଛି l ମାଙ୍କଡ଼ ଭୟର ଦିନ କାଟୁଛନ୍ତି  ପାଟରପଦା, ନୂଆସାହି, କଟାବାହାଳ ଓ ମେଣ୍ଡାପଦା ଗାଁର ଲୋକ ।

ଅଧିକ ପଢନ୍ତୁ... ଉକୁଣୀ ନେଲା କୁନି ଝିଅର ଜୀବନ : ମୁଣ୍ଡ ଖପୁରୀକୁ ଉକୁଣୀ ଆକ୍ରାନ୍ତ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଅନ୍ୟପଟେ ପାଗଳ ମାଙ୍କଡ଼କୁ କାବୁ କରିବାକୁ ନାକେଦମ ହେଉଛି ବନବିଭାଗ । କପିଳାସ ରୁ ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ମାଙ୍କଡ଼ କୁ ଟ୍ରାଂକୁଲାଇଜ କରି କାବୁ କରିବାକୁ ଉଦ୍ୟମ ଚଳାଇଛନ୍ତି । ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରିବା ପରେ ସେଠାରେ ଖସିପଳାଇଥିବା ଜଣାପଡ଼ିଛି । ବନବିଭାଗ ମାଙ୍କଡ଼କୁ କାବୁ କରିବାରେ ବିଫଳ ହୋଇଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe