କନକ ବ୍ୟୁରୋ : ଆଜି ହନୁମାନ ଜୟନ୍ତୀ । ସମ୍ବଲପୁରରେ ସୁରକ୍ଷା ଓ ଆଇନ ଶୃଙ୍ଖଳା ଭିତରେ ଅନେକ ସ୍ଥାନରେ ହନୁମାନ ଜୟନ୍ତୀ ପାଳନ କରାଯାଇଛି । ତେବେ ସନ୍ଧ୍ୟା ସମୟରେ ବେଶ ଧୁମଧାମରେ ପାଳିତ ହେବ ହନୁମାନ ଜୟନ୍ତୀ । ଅପରାହ୍ନ ୫ଟାରୁ ବିଭିନ୍ନ ପଡାରୁ ବାହାରିବ ଶୋଭାଯାତ୍ରା । ବ୍ରୁକ୍ସହିଲ ହନୁମାନ ମନ୍ଦିରରେ ଏକାଠି ମିଶିବା ପରେ ମହା ଆଳତୀ ହେବ । ପରେ ଭବ୍ୟ ଶୋଭାଯାତ୍ରା ନଗର ପରିକ୍ରମା କରିବ ।

Advertisment

ଏବେ ବି ସହରରେ ୧୪୪ ଧାରା ଜାରି ରହିଥିବା ବେଳେ ଶୃଙ୍ଖଳା ରଖିବାକୁ ୪୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ବ୍ୟାରିକେଡ ତିଆରି କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଗତକାଲି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସଂଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ, ଏସପି ଓ ଆଇଜିଙ୍କ ଉପସ୍ଥିତିରେ ଫ୍ଲାଗମାର୍ଚ୍ଚ କରିଛି ପୁଲିସ ।