କନକ ବ୍ୟୁରୋ : ଆଜିଠୁ ମେଲବୋର୍ଣ୍ଣରେ ଆରମ୍ଭ ହୋଇଛି ଇଣ୍ଡିଆ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ । ଟସ୍ ଜିତି ବ୍ୟାଟିଂ କରୁଛି ଭ୍ରମଣକାରୀ ଦଳ ଭାରତ । ନୂଆ ଓପନିଂ ଯୋଡିକୁ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଡେବ୍ୟୁ ମ୍ୟାଚ ଖେଳୁଛନ୍ତି ମୟଙ୍କ ଅଗ୍ରୱାଲ୍ ।
ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ସହ ଭଲ ଆରମ୍ଭ କରିଛନ୍ତି ମୟଙ୍କ । ତେବେ ମାତ୍ର ୮ରନ୍ରେ ହନୁମା ବିହାରୀ ଆଉଟ୍ ହୋଇଛନ୍ତି । ଏହି ମ୍ୟାଚରେ ସାମିଲ ହୋଇଛନ୍ତି ରୋହିତ ଶର୍ମା , ରବିନ୍ଦ୍ର ଜାଡେଜା ଓ ମୟଙ୍କ ଅଗ୍ରୱାଲ ଓ ବାଦ ପଡିଛନ୍ତି ମୁରଲୀ ବିଜୟ, ଲୋକେଶ ରାହୁଲ ଓ ଉମେଶ ଯାଦବ । ୪ଟିକିଆ ଶୃଙ୍ଖଳାରେ ୧-୧ସ୍ଥିତିରେ ରହିଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ତେଣୁ ଏହି ମ୍ୟାଚ ବେଶ୍ ଉକ୍ରଣ୍ଠାପୂର୍ଣ୍ଣ ରହିଛି । ଏହି ମ୍ୟାଚରେ ଅନେକ ରେକର୍ଡ ହେବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/cbf5678601ecca85fb9063fa3d108119.jpeg)
/kanak/media/post_attachments/wp-content/uploads/2018/12/vlcsnap-2018-12-26-09h21m33s725-300x220.png)