କରୋନା ପରେ ଆମେରିକାକୁ ଡରାଇଲାଣି ହନ୍ତା ଭୂତାଣୁ । ମୂଷା ସଂଷ୍ପର୍ସରେ ଆସି ମହିଳା ସଂକ୍ରମିତ । ଭୂତାଣୁକୁ ନେଇ ସତର୍କ ହେଲା ସ୍ୱାସ୍ଥ୍ୟ ବିଭାଗ

352

କନକ ବ୍ୟୁରୋ : ଆମେରିକାରେ ଏବେ ଏବେ କରୋନା ଭୂତାଣୁ ସଂକ୍ରମଣ କମିଥିବା ବେଳେ ପୁଣି ଏକ ଭୂତାଣୁ ସଂକ୍ରମଣ ଆମେରିକାବାସୀଙ୍କ ମନରେ ଭୟ ସୃ୍ଷ୍ଟି କରିଛି । ଆମେରିକାର ମିସିଗନ ସହରରେ ସୋମବାର ଦିନ ହନ୍ତା ଭୂତାଣୁ ସଂକ୍ରମଣ ନେଇ ପ୍ରଥମ ମମଲା ଆସିଛି । ଏଠାରେ ଜଣେ ମହିଳାଙ୍କ ଶରୀରରେ ହନ୍ତା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖା ଦେଇଛି । ଏନେଇ ମହିଳା ଜଣଙ୍କୁ ହସ୍ପିଟାଲର ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସତର୍କ ସୂଚନା ଜାରି କରିଛି ।

ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ମହିଳା ଜଣଙ୍କ ମିଶିଗନ ରାଜ୍ୟର ବାଶଟେନୋ ସହରର ବସବାସ କରନ୍ତି । କୁହାଯାଇଛି କି ମହିଳା ଜଣଙ୍କ ୨ ବର୍ଷ ଧରି ବନ୍ଦ ଥିବା ଏକ ଘର ସଫା କରୁଥିବା ବେଳେ ସେଠାରେ କିଛି ମୂଷାଙ୍କ ସଂଷ୍ପର୍ସରେ ଆସିଥିଲେ । ଏହାପରେ ମହିଳା ଜଣଙ୍କ ଶରୀରରେ ହନ୍ତା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖିବାକୁ ମିଳିଥିଲା ।

କହିରଖୁ କି ହନ୍ତା ଭୂତାଣୁ ମୂଷା ମାନଙ୍କ ଠାରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥାଏ । ମୂଷା ମାନଙ୍କର ଲୋମ, ପରିଶ୍ରା ଓ ମଳ କୁ ମାଡିଲେ ବା ସେସବୁ ସଂଷ୍ପର୍ସରେ ଆସିଲେ ଏହି ଭୂତାଣୁ ସଂକ୍ରମିତ ହୋଇଥାଏ ।  ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ଏହା ପ୍ରଥମ ଥର ନୁହେଁ, ୧୯୯୩ ମସିହାରୁ ଏହି ଭୂତାଣୁ ଉପରେ ପରୀକ୍ଷା ଚାଲିଛି । କିଛି ଲୋକ ବି ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଇଛି । ମାତ୍ର ଆମେରିକାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଇଛି ।

ସୂଚନା ଥାଉକି ହନ୍ତା ଭୂତାଣୁ ସଂକ୍ରମଣ ପରେ ମଣିଷ ଶରୀରରେ କିଛିଦିନ ପାଇଁ କରୋନା ଭୂତାଣୁ ସଂକ୍ରମଣ ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । କିଛି ରୋଗିଣା ମୂଷାଙ୍କ ସଂଷ୍ପର୍ସରେ ଆସିବା ପରେ ମଣିଷକୁ ପ୍ରଥମେ ଜ୍ୱର ଆସିବା , ବିନା କାରଣରେ ଥଣ୍ଡା ଲାଗିବ, ଶରୀରରେ ଦରଜ ହେବା, ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ଦେଖାଯାଇଥାଏ । ଏହି ଭୂତାଣୁ ଶରୀରରେ ଅଧିକ ଦିନ ରହିବା ପରେ ମଣିଷ ନିଶ୍ୱାସ ପ୍ରଶ୍ୱାସ ନେବାରେ ବି କଷ୍ଟ ଅନୁଭବ କରେ ।