ଏସୀୟ କ୍ରୀଡ଼ାରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ : ମହିଳା ୫୦ ମିଟର ବ୍ୟକ୍ତିଗତ ରାଇଫଲ ଇଭେଣ୍ଟରେ ସିଫ୍ତ କୌର ଶର୍ମା ଜିତିଲେ ସ୍ୱର୍ଣ୍ଣ

84

କନକ ବ୍ୟୁରୋ : ଏସିଆନ୍ ଗେମ୍ସରେ ଜାରି ରହିଛି ଭାରତର ଦବଦବା । ୪ର୍ଥ ଦିନର ଆରମ୍ଭରୁ ଭାରତ ଖାତାରେ ଆସିଛି ଦୁଇଟି ସ୍ୱର୍ଣ୍ଣ ଓ ଗେଟିଏ ରୌପ୍ୟ ପଦକ । ଏସୀୟ କ୍ରୀଡ଼ାରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ମିଳିଛି । ମହିଳା ୫୦ ମିଟର ବ୍ୟକ୍ତିଗତ ରାଇଫଲ ଇଭେଣ୍ଟରେ ସିଫ୍ତ କୌର ଶର୍ମା ସ୍ୱର୍ଣ୍ଣ ଜିତିଛନ୍ତି ।

ସେହିପରି ୨୫ ମିଟର ପିସ୍ତଲ ଇଭେଣ୍ଟର ମହିଳା ବର୍ଗରେ ଭାରତ ଜିିତିଛି ସ୍ୱର୍ଣ୍ଣ ପଦକ । ମନୁ ଭାକର, ଇଶା ସିଂ ଓ ରିଦମ ସାଙ୍ଗୱାନ ଏହି ସଫଳତା ଆଣିଦେଇଛନ୍ତି । ଅନ୍ୟପକ୍ଷରେ ୫୦ ମିଟର ରାଇଫଲ ପ୍ରତିଯୋଗିତାରେ ଭାରତ ରୌପ୍ୟ ଜିିତିଛି । ଭାରତ ପକ୍ଷରୁ ସିପ୍ତ ସମରା, ଆଶି ଚୌକସେ ଓ ମାନିିନି କୌଶିକ ଏହି ସଫଳତା ଆଣିଛନ୍ତି । ଏସିଆନ୍ ଗେମ୍ସରେ ଆଜିର ପଦକକୁ ମିଶାଇ ଭାରତ ମୋଟ ୧୮ ପଦକ ସହ ଷଷ୍ଠ ସ୍ଥାନରେ ରହିଛି ।