ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଉତ୍ତରପ୍ରଦେଶରୁ ଆସିବେ ଜହ୍ଲାଦ ! ସେପଟେ ଜହ୍ଲାଦ ବନିବା ପାଇଁ ଦେଶ ବିଦେଶରୁ ତିହାର ଜେଲକୁ ଆସିଲା ଚିଠି ।

375

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ପୁରିବ ୭ ବର୍ଷ । ଘଟଣାର ୪ଦୋଷୀଙ୍କୁ ଦିଲ୍ଲୀ ତିହାର ଜେଲରେ ରଖାଯାଇଛି । ଏହାରି ଭିତରେ ସରଗରମ ହୋଇ ଉଠିଛି ଦିଲ୍ଲୀ ତିହାର ଜେଲ ପରିସର । ଜହ୍ଲାଦ ଯୋଗାଇ ଦେବା ପାଇଁ ତିହାର ଜେଲ କର୍ତୃପକ୍ଷ ୟୁପି ଜେଲ କର୍ତୃପକ୍ଷଙ୍କୁ ଚିଠି ଲେଖିଥିବା କହିଛନ୍ତି ୟୁପି ଜେଲ୍ ଏଡିଜି । ସେପଟେ ଅଭିଯୁକ୍ତଙ୍କୁ ଫାଶୀଖୁଂଟରେ ଝୁଲାଇବା ପାଇଁ ସ୍ୱେଚ୍ଛାସେବୀମାନେ ତିହାର ଜେଲ କର୍ତୃପକ୍ଷକୁ ଚିଠି ଲେଖିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବୀମାନେ ଏହି ଚିଠି ଲେଖିଥିବା ବେଳେ ଦେଶ ବାହାରୁ ମଧ୍ୟ ୨ଟି ଚିଠି ଆସିଛି ।

ତିହାର ଜେଲକୁ ଆସୁଛି ସ୍ୱେଚ୍ଛାସେବୀଙ୍କ ଚିଠି । ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଚିଠି । ତିହାର ଜେଲକୁ ଛୁଟୁଛି ଚିଠି । ଏଠାରେ ବନ୍ଦୀ ଥିବା ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଆଗକୁ ଆସିଲେ ସ୍ୱେଚ୍ଛାସେବୀ । ୪ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିଥିବା ବେଳେ ତିହାର କାରାଗାରରେ ଜହ୍ଲାଦ ନାହାନ୍ତି । ଏପରିକି ଏଥିପାଇଁ ଉତ୍ତରପ୍ରଦେଶ ଜେଲ ପ୍ରଶାସନକୁ ତିହାର ଜେଲ କର୍ତୃପକ୍ଷ ଚିଠି ଲେଖିଥିବା ସୂଚନା ମିଳିଛି । ଏପରି ସ୍ଥିତିରେ ଦେଶ ଏବଂ ଦେଶ ବାହାରୁ ୧୫ଟି ପତ୍ର ତିହାର ଜେଲକୁ ଆସିଛି । ଦିଲ୍ଲୀ, ଗୁରୁଗ୍ରାମ, ମୁମ୍ବାଇ, ଛତିଶଗଡ଼, କେରଳ, ତାମିଲନାଡ଼ୁର ସ୍ୱେଚ୍ଛାସେବୀ ଏହି ଚିିଠି ଲେଖିଛନ୍ତି ।

ସେହିପରି ଦେଶ ବାହାରୁ ମଧ୍ୟ ୨ଟି ଚିଠି ଆସିଛି । ଦୋଷୀଙ୍କୁ ଫାଶୀ ଦେବା ପାଇଁ ସେମାନେ ଜହ୍ଲାଦ ବନିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଡ଼ିସେମ୍ବର ୧୬ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ୭ବର୍ଷ ପୁରିବାକୁ ଯାଉଥିବା ବେଳେ ଏହି ଦିନ ଦୋଷୀଙ୍କୁ ଫାଶୀ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ତିହାର ଜେଲକୁ ଚିଠି ଲେଖିଥିବା ୧୫ଜଣ ସ୍ୱେଚ୍ଛାସେବୀଙ୍କ ସେବାର ଏବେ ଆବଶ୍ୟକତା ରହିନାହିଁ । ଦରକାର ପଡ଼ିଲେ ଏ କାମ ଜେଲ ଅଧିକାରୀ ମଧ୍ୟ କରିପାରିବେ ବୋଲି ଜେଲ କର୍ତୃପକ୍ଷ କହିଛନ୍ତି । କିଛି ଦିନ ପରେ ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ୭ବର୍ଷ ପୁରିବ । ଏଇ ନିକଟରେ ୪ଜଣ ଦୋଷୀଙ୍କୁ ତିହାର ଜେଲରେ ରଖାଯାଇଥିବା ବେଳେ ତାଙ୍କୁ କୌଣସି କାମ କରିବାକୁ ଦିଆଯାଉନାହିଁ । ଏବଂ ପ୍ରତି ଦିନ ତାଙ୍କର ସ୍ୱାସ୍ଥ୍ୟସେବା କରାଯାଉଥିବାରୁ ଏହା ଅଭିଯୁକ୍ତଙ୍କୁ ଚିନ୍ତା ବଢାଇ ଦେଇଛି । ତିହାର ଜେଲ ପରିସରରେ ଥିବା ଏକ ସ୍ଥାନରେ ୨୪ ଘଂଟା ପୋଲିସ ପହଂରା ରହିଥାଏ । ଆଲୋଚନା ଅନୁସାରେ ସେହି ସ୍ଥାନରେ ନିର୍ଭୟା ଦୋଷୀ ପବନ ଗୁପ୍ତା, ଅକ୍ଷୟ ଠାକୁର, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଫାଶୀ ଖୁଂଟରେ ଝୁଲାଯିବ । ବର୍ତ୍ତମାନ ତିହାର ଜେଲରେ ଏମିତି ୧୨ଜଣ କଏଦୀ ଅଛନ୍ତି, ଯାହାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଯାଇଛି । ହେଲେ ସେମାନଙ୍କୁ ଫାଶୀ ଦେବା ପାଇଁ ଜହ୍ଲାଦ ନାହାନ୍ତି ଆବଶ୍ୟକ ପଡ଼ିଲେ ମେରଠ ଜେଲରୁ ଜହ୍ଲାଦଙ୍କ ସାହାଯ୍ୟ ନିଆଯାଏ ।