କନକ ବ୍ୟୁରୋ: ମାନୁନାହାନ୍ତି ପ୍ରଶାସନର ନିୟମ । ଅମାନିଆ ପର୍ଯ୍ୟଟକଙ୍କ ପାଇଁ ବିପଦରେ ଝୁଲାପୋଲ । ତାରବାଡ଼ ଡେଇଁ ଝୁଲା ପୋଲକୁ ଯାଉଛନ୍ତି ପର୍ଯ୍ୟଟକ । ପ୍ରଶାସନର ନିୟମକୁ ବେଖାତିର କରି ବିପଦ ମୁହଁକୁ ଯାଉଛନ୍ତି ପର୍ଯ୍ୟଟକ । ରାୟଗଡ଼ାର ଝୁଲା ପୋଲକୁ ମରାମତି ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସିଲ କରାଯାଇଥିଲା । ଏଯାବତ ଝୁଲାପୋଲକୁ ମରାମତି କରାଯାଇନାହିଁ । ସିଲ୍ ହୋଇଥିବା ତାରବାଡ ଓ ଜାଲିକୁ ଭାଙ୍ଗି ବାହାରୁ ଆସୁଥିବା ପର୍ଯ୍ୟଟକ, ବୁଢ଼ାବୁଢ଼ି, ପିଲା, ମହିଳା, ପୁରୁଷ ଝୁଲାପୋଲକୁ ବୁଲାବୁଲି କରୁଛନ୍ତି । ଯାହାକି ଝୁଲାପୋଲ ପାଇଁ ବିପଦ ସୃଷ୍ଟି କରିଛି ।

Advertisment

ଝୁଲାପୋଲ ନିର୍ମାଣ ହେବାର ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ କୌଣସି ମରାମତି ହୋଇନାହିଁ । ଝୁଲାପୋଲର ପୋଲ, ଲୁହାବାଡ ଓ ଅନ୍ୟାନ୍ୟ ଉପକରଣରେ ଜଙ୍କ୍ ଲାଗିଯାଇଥିବା ବେଳେ ନାଗାବଳୀ ନଦୀ କୂଳ ଖାଉଥିବାରୁ ପିଲର ପାଇଁ ବିପଦ ସୃଷ୍ଟି କରିଛି । ବର୍ତମାନ ଶୁଦ୍ଧା ଏହି ଝୁଲାପୋଲ ନିକଟରେ ୨୭ ରୁ ଅଧିକ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ଏହା ଏକ ଟ୍ୟୁରିଜିମ ସ୍ଥାନ । ଜିଲ୍ଲା ପ୍ରଶାସନ ଏହାର ତୁରନ୍ତ ମରାମତି କରି ପୋଲିସ ମୁତୟନରେ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲିଦେବା ଦରକାର ବୋଲି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା କହିଛନ୍ତି ।