ବାଣୀବିହାର କ୍ୟାମ୍ପସ ପରିସରରୁ ଉଦ୍ଧାର ମୃତଦେହର ମିଳିଲା ପରିଚୟ : ଘଟଣାସ୍ଥଳରେ ସହିଦନଗର ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ

Advertisment
ବାଣୀବିହାର କ୍ୟାମ୍ପସ ପରିସରରୁ ଉଦ୍ଧାର ମୃତଦେହର ମିଳିଲା ପରିଚୟ : ଘଟଣାସ୍ଥଳରେ ସହିଦନଗର ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ

କନକ ବ୍ୟୁରୋ : ବାଣୀବିହାର କ୍ୟାମ୍ପସ ପରିସରରୁ ଉଦ୍ଧାର ମୃତଦେହର ମିଳିଲା ପରିଚୟ । ମୃତକ ଜଣକ ହେଉଛନ୍ତି ୨୧ ବର୍ଷୀୟ ଉତମ ନାୟକ । ତାଙ୍କ ଘର ପିପିଲି ଦାଣ୍ଡମୁକୁନ୍ଦପୁର ବୋଲି ଜଣାପଡିଛି । ଉତ୍ତମ ନିଜ ପରିବାର ସହ ବାଣୀବିହାର କ୍ୟାମ୍ପସରେ ରହୁଥିବା ବେଳେ ଦିନ ମଜୁରିଆ ଭାବେ କାମ କରୁଥିଲେ କାଲି ରାତିରେ ଘରେ ଥିଲେ । ହେଲେ ସକାଳୁ ସକାଳୁ ତାଙ୍କର କିଭଳି ମୃତ୍ୟୁ ହେଲା ସେ ନେଇ କାହାକୁ ଜଣାନଥିବା କହିଛନ୍ତି ପରିବାର ଲୋକେ । ପୁଅକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ଆଣିଛନ୍ତି ଅଭିଯୋଗ । ଘଟଣାସ୍ଥଳରେ ସହିଦନଗର ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe