କନକ ବ୍ୟୁରୋ: ଆସାମର ଦିବ୍ରୁଗଡରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ସହ ଗଣଦୁଷ୍କର୍ମର ଘଟଣା ସାମ୍ନାକୁ ଆସିଛି । ପୁଲିସ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଚିହ୍ନଟ କରାଯାଇଥିବା ବେଳେ ଉଭୟ ହେଉଛନ୍ତି ଭାଇଜାନ ଅଲ୍ଲୀ ଏବଂ ସଫର ଅଲ୍ଲୀ । ପୋଲିସ ଏନେଇ ସୂଚନା ଦେଇ କହିଛି ଯେ ଦିବ୍ରୁଗଡରେ ବେହୋଶ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଛି । ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି । ଦିବ୍ରୁଗଡରେ ଏସପି ଶ୍ୱେତାଙ୍ଗ ମିଶ୍ରା କହିଛନ୍ତି, ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ପକ୍ସୋ ଆକ୍ଟ ୨୦୨୧ର ଧାରା ୩୭୬ରେ ମାମଲା ରୁଜୁ ହୋଇଛି । ନାବାଳିକା ଜଣଙ୍କ ଫେବ୍ରୁଆରୀ ୩ରୁ ନିଖୋଜ ରହିଥିଲେ । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି ।
ଆସାମରେ ୧୪ ବର୍ଷୀୟା ନାବାଳିକଙ୍କ ସହ ଗଣଦୁଷ୍କର୍ମ। ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ।
/kanak/media/post_attachments/wp-content/uploads/2023/02/hdhd.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)