ଠେଲାଗାଡ଼ିବାଲା: ଇଞ୍ଜିନିୟରିଂ ଛାତ୍ରୀଙ୍କ ପ୍ରେମରେ ପଡ଼ିଗଲେ, ମନା କରିବାରୁ ଟେଲିଫୋନ୍ ଟାୱାରକୁ ଚଢ଼ିଗଲେ…

303

କନକ ବ୍ୟୁରୋ: ପ୍ରେମ ନିଶା ମଣିଷକୁ କଣ ନ କରାଏ । ପ୍ରେମ ପାଇଁ କିଏ ଲଢିବାକୁ ପ୍ରସ୍ତୁତ ତ କିଏ ସାତ ସମୁଦ୍ର ପାର ହେବାକୁ ପ୍ରସ୍ତୁତ । କିନ୍ତୁ ବରେଲିର ଜଣେ, ରାସ୍ତାକଡର ବ୍ୟବସାୟୀ ପ୍ରେମ ପାଇଁ ସାତ ସମୁଦ୍ର ତ ପାର କରିନାହାନ୍ତି, ହେଲେ ପ୍ରେମ ପାଇଁ ସେ ମୋବାଇଲ ଟାୱାର ଚଢିଯାଇଛନ୍ତି । ସେ ବି ଏକତରଫା ପ୍ରେମ ପାଇଁ । ପ୍ରେମ ନିଶା ଏମିତି ଚଢିଥିଲା କି, ପୋଲିସ ଆସିଲା ପରେ ଯାଇ ଉତୁରିଲା । ହେଲେ ଏଇ ଯୁବକଙ୍କ କିଛି ଘଂଟାର କାରନାମା ପୁରା ଅଂଚଳକୁ ହୁଲୁସ୍ତୁଲ କରିଥିଲା । କେବଳ ସେତିକି ନୁହେଁ ପୁରା ଶୋଲେ ଫିଲ୍ମରେ ବୀରୁ ପରି, ସିଧା ଚଢିଲା ଟାୱାର ଉପରେ, ତାପରେ ସେ ଚିଲ୍ଲେଇବାରେ ଲାଗିଲା କି ସେ ଝିଅ ସହ ମୁଁ କଥା ହେବକୁ ଚାହୁଁଛି । ତାକୁ ଏଠିକି ଡାକ ନହେଲେ ମୁଁ ଟାୱାରରୁ ଡେଇଁ ପଡିବି ।

ବରେଲିର ଅମ୍ବାଲାରୁ ଆସିଥିବା ଏହି ଘଟଣା ସମସ୍ତଙ୍କୁ ‘ଶୋଲେ’ ଫିଲ୍ମର ଭୀରୁର କଥା ମନେ ପକାଇବ । ଟାୱାର ଉପରେ ଚଢିଥିବା ଯୁବକ ଜଣକ ଏକ ଠେଲାରେ ବ୍ୟବସାୟ କରନ୍ତି, ହେଲେ ଏହି ଯୁବକ ଜଣକ ଜଣେ ଇଂଜିନିୟରିୟ ଛାତ୍ରୀଙ୍କ ପ୍ରେମରେ ପଡିଗଲେ, ସେ ଏନେଇ ଯୁବତୀ ଜଣକୁ ପ୍ରପୋଜ ବି କରିଛନ୍ତି, ହେଲେ ଯୁବତୀ ଜଣକ କାହିଁକି ଏହି ଠେଲାବାଲାର ପ୍ରସ୍ତାବରେ ରାଜି ହୋଇଥାନ୍ତେ, ଏହା ପରେ ଯୁବକଟି ଏମିତି କାରନାମା କରିଛି । କାରଣ ସେ ବାରମ୍ବାର ଏମିିତି ଏଇ ଯୁବତୀଙ୍କୁ ପ୍ରେମ ନିବେଦନ କରିଥାଏ । ରାସ୍ତା ଘାଟ ଯେଉଁଠି ପାରିଲା, ପ୍ରେମ ନିବେଦନ କଲା । ତେବେ ଏସବୁ ବାଦ୍ ବି ଯୁବତୀ ଜଣକ ଏହି ଠେଲା ବ୍ୟବସାୟୀଙ୍କୁ ନା ହିଁ କହିଥିଲେ, ତାପରେ ତ ଯୁବକଙ୍କ ରାଗ ଟାୱାର ଉପରେ ଦେଖାଗଲା ।

ପ୍ରେମରେ ଏତେ ଥର ବିଫଳ ହେବା ପରେ ସେ, ନେଲେ ଚରମ ନିଷ୍ପତ୍ତି । ତାଙ୍କ ମୁଣ୍ଡକୁ ଜୁଟିଲା ଏମିତି ପାଗଳାମୀ । ସେ ଭାବିଲେ ଏମିତି କାଣ୍ଡ କରିବି କି ଯୁବତୀ ଜଣକ ଧାଇଁ ଆସିବେ ତାଙ୍କ ପାଖକୁ । ସେଥିପାଇଁ ସେ ଯୁବତୀଙ୍କ ଘର ପାଖରେ ଥିବା ଏକ ଟେଲିଫୋନ ଟାୱାର ଉପରେ ଚଢିଗଲେ । ଏହାପରେ ସେ ଉପରେ ଚଢି ଜୋର ଜୋରରେ ଚିଲ୍ଲେଇବାକୁ ଲାଗିଲେ, କି ଡାକ ସେ ଝିଅକୁ ମୁଁ ତାଙ୍କ ସହ ବାହାଘର ନେଇ କଥା ହେବି । ହେଲେ ଅଚାନକ ଏମିତି ଜଣେ ଯୁବକ ବିପଦ ପୂର୍ଣ ଭାବେ ଟେଲିଫୋନ ଟାୱାରରେ ଚଢିବା ଦେଖି ଆଖପାଖରେ ଥିବା ଲୋକମାନେ ଡରିଗଲେ । ସେମାନେ କେହି କିଛି ବୁଝିପାରିଲେ ନି କି କଣ ଘଟୁଛି, ଆଉ ଏହି ଯୁବକ କିଏ । କାହାକୁ ଖୋଜୁଛି ।

ଦେଖୁ ଦେଖୁ ସେହି ଟେଲିଫୋନ ଟାୱାର ପାଖେ ଲୋକଙ୍କ ଭିଡ ଜମି ଗଲା, ଏସବୁ ଭିତରେ ପୋଲିସକୁ ଏନେଇ ଖବର ଦିଆଗଲା, ପୋଲିସ ଆସି ବହୁତ ବୁଝାସୁଝା କରିବା ପରେ ଏଇ, ଯୁବକଟି ଟାୱାରରୁ ତଳକୁ ଓହ୍ଲାଇଥିଲା । ତାପରେ ସାଂଗେ ସାଂଗେ ପୋଲିସ ତାକୁ କାବୁ କରିନେଇଥିଲା । ତେବେ ଏହି ଘଟଣାରେ ପୋଲିସ ଜାଣିବାକୁ ପାଇଲା କି , ଯୁବକର ପିତା ବି ତାର ଏମିତି କରାନାମାକୁ ନେଇ ଚିନ୍ତାରେ । ତେବେ ପୋଲିସ ଯିୁବକକୁ ବୁଝାଶୁଝା କରିବା ପରେ ଛାଡିଦେଇଛି ।