କରୋନା ପାଇଁ କେରଳ ପୋଲିସର ଅଭିନବ ପ୍ରୟାସ : ଲୋକଙ୍କୁ ସଚେତନ କରିବା ପାଇଁ ନୃତ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଲେ ପୋଲିସ୍ ।

Advertisment
କରୋନା ପାଇଁ କେରଳ ପୋଲିସର ଅଭିନବ ପ୍ରୟାସ : ଲୋକଙ୍କୁ ସଚେତନ କରିବା ପାଇଁ ନୃତ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଲେ ପୋଲିସ୍ ।

ସାରା ବିଶ୍ୱରେ କରୋନା ଆତଙ୍କ ଜାରି ରହିଥିବାବେଳେ ଏହାର ମୁକାବିଲା ପାଇଁ ସବୁଠି ଚାଲିଛି ସଚେତନତା । କିଭଳି କରୋନା ଭୂତାଣୁଠାରୁ ନିଜକୁ ବଞ୍ଚାଇ ରଖିବେ, କେଉଁ ପ୍ରକ୍ରିୟାରେ ନିଜ ହାତକୁ ସଫା ରଖିବେ ଏନେଇ ଲୋକଙ୍କୁ ସଚେତନ କରୁଛି କେରଳ ପୋଲିସ୍ । ଏନେଇ ଏକ ଭିଡ଼ିଓ ମଧ୍ୟ କେରଳ ପୋଲିସ୍ ଜାରି କରିଛି । ଭିଡିଓରେ ୬ ଜଣ ପୁଲିସ ଅଧିକାରୀ ମାସ୍କ ପିନ୍ଧି, ନୃତ୍ୟ ମାଧ୍ୟମରେ କିଭଳି ନିଜ ହାତକୁ ସଫା ରଖିବେ ତାହାର ବାର୍ତ୍ତା ଦେଉଛନ୍ତି ।

କେରଳ ରାଜ୍ୟ ପୁଲିସର ମିଡିଆ ସେଲରେ ଏହି ଭିଡିଓକୁ ପୋଷ୍ଟ କରାଯିବା ପରେ ଏହା କ୍ରମଶ ଭାଇରାଲ ହେବାରେ ଲାଗିଛି । ୮ ଲକ୍ଷ ଲୋକ ଏହାକୁ ଦେଖିବା ସହ ପ୍ରାୟ ୨୯ ହଜାର ଲାଇକ ଓ ୨ ହଜାରରୁ ଅଧିକ କମେଣ୍ଟ୍ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe