ସାରା ବିଶ୍ୱରେ କରୋନା ଆତଙ୍କ ଜାରି ରହିଥିବାବେଳେ ଏହାର ମୁକାବିଲା ପାଇଁ ସବୁଠି ଚାଲିଛି ସଚେତନତା । କିଭଳି କରୋନା ଭୂତାଣୁଠାରୁ ନିଜକୁ ବଞ୍ଚାଇ ରଖିବେ, କେଉଁ ପ୍ରକ୍ରିୟାରେ ନିଜ ହାତକୁ ସଫା ରଖିବେ ଏନେଇ ଲୋକଙ୍କୁ ସଚେତନ କରୁଛି କେରଳ ପୋଲିସ୍ । ଏନେଇ ଏକ ଭିଡ଼ିଓ ମଧ୍ୟ କେରଳ ପୋଲିସ୍ ଜାରି କରିଛି । ଭିଡିଓରେ ୬ ଜଣ ପୁଲିସ ଅଧିକାରୀ ମାସ୍କ ପିନ୍ଧି, ନୃତ୍ୟ ମାଧ୍ୟମରେ କିଭଳି ନିଜ ହାତକୁ ସଫା ରଖିବେ ତାହାର ବାର୍ତ୍ତା ଦେଉଛନ୍ତି ।
କେରଳ ରାଜ୍ୟ ପୁଲିସର ମିଡିଆ ସେଲରେ ଏହି ଭିଡିଓକୁ ପୋଷ୍ଟ କରାଯିବା ପରେ ଏହା କ୍ରମଶ ଭାଇରାଲ ହେବାରେ ଲାଗିଛି । ୮ ଲକ୍ଷ ଲୋକ ଏହାକୁ ଦେଖିବା ସହ ପ୍ରାୟ ୨୯ ହଜାର ଲାଇକ ଓ ୨ ହଜାରରୁ ଅଧିକ କମେଣ୍ଟ୍ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/03/POLICE-1.jpg)