କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି ନୋଟ୍ ବ୍ୟବହାର କରିବା ପରେ ହାତ ଧୋଇବା ଲାଗି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଲୋକମାନଙ୍କୁ ପରାମର୍ଶ ଦେଇଛି। ନୋଟ୍ ଛୁଇଁବା କିମ୍ବା ଗଣିବା ପରେ ଅତି କମ୍ ରେ ୨୦ ସେକେଣ୍ଡ୍ ପର୍ଯ୍ୟନ୍ତ ହାତ ଧୋଇବାକୁ ସଂଘ ପକ୍ଷରୁ କୁହାଯାଇଛି। ନଗଦ ନୋଟ୍ ବଦଳରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ ଅଧିକ ବ୍ୟବହାର କରିବା ଲାଗି ଏହା ଲୋକମାନଙ୍କୁ ଆହ୍ବାନ ଦେଇଛି। ପେମେଣ୍ଟ୍ କରିବା ବେଳେ ଡେବିଟ୍ ଓ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି।
କରୋନାକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତିକୁ ନଜରରେ ରଖି ବ୍ୟାଙ୍କଗୁଡ଼ିକୁ ଚାରି ପ୍ରକାର ସେବା ନିଶ୍ଚିତ ରୂପେ ଯୋଗାଇ ଦେବା ଲାଗି ଭାରତୀୟ ବ୍ୟାଙ୍କ ସଂଘ ନିର୍ଦେଶ ଦେଇଛି। ଟଙ୍କା ଜମା ଓ ଉଠାଣ, ଚେକ୍ ଜମା କରିବା, ରେମିଟାନ୍ସ ଓ ସରକାରୀ କାରବାର ଭଳି ଚାରି ପ୍ରକାର ସେବାକୁ ବ୍ୟାଙ୍କଗୁଡ଼ିକ ପ୍ରଦାନ କରିବେ। ବ୍ୟାଙ୍କଗୁଡ଼ିକ ଚାହିଲେ ଅନ୍ୟ ସେବାଗୁଡ଼ିକୁ ବାତିଲ କରିବେ ବୋଲି ଆଇବିଏର ସିଇଓ ସୁନୀଲ ମେହତା କହିଛନ୍ତି। ଅତି ଜରୁରୀ ନହେଲେ ବ୍ୟାଙ୍କ ଶାଖା ପରିଦର୍ଶନ ନକରିବା ଲାଗି ଗ୍ରାହକମାନଙ୍କୁ ଆଇବିଏ ପରାମର୍ଶ ଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/03/11142201_h23955781_wide-1198f309d77a06875ec56497daa5468a2bb14607.jpg)
/kanak/media/post_attachments/wp-content/uploads/2020/03/01-hand-washing-mistakes-long-enough-760x506-300x200.jpg)