ଚାରିଆଡେ ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ସମଗ୍ର ଭାରତ ବର୍ଷରେ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ତତ୍ପରତା ଦେଖାଦେଉଥିବା ବେଳେ, ଅନ୍ୟପଟେ ସଫେଇ କର୍ମଚାରୀଙ୍କ କଥା ଯେପରି ସମସ୍ତେ ପାସୋରୀ ଯାଉଛନ୍ତି । ସଂଯୁକ୍ତ ରାଷ୍ଟ୍ର ଚେତାବନୀ ଦେଇଛି କି ବିକାସଶୀଳ ଦେଶରେ ସଫେଇ କର୍ମୀଙ୍କ ଦୁର୍ଦ୍ଦଶା ଉପରେ ତକ୍ରାଳିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Advertisment

publive-image

ମଙ୍ଗଳବାର, ୧୯ ନଭେମ୍ବରକୁ ‘ବିଶ୍ୱ ଶୌଚାଳୟ ଦିବସ’ ପାଳିବ ଦେଶ । ଠିକ୍ ପୂର୍ବରୁ ୟୁଏନ ଏଜେନ୍ସି କହିବାନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଟି କୋଟି ଜନତାଙ୍କ ଶୌଚାଳୟ, ସେଫ୍ଟିକ୍ ଟ୍ୟାଙ୍କ ସଫା କରୁଥିବା ସଫେଇ କର୍ମଚାରୀଙ୍କ ଅଧିକାର, ତାଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ମାନ ପ୍ରତି ବିପଦ ସୃଷ୍ଟି ହୋଇଛି । ୟୁଏନ ଏଜେନ୍ସି ମୁତାବକ କର୍ମଚାରୀମାନେ ସମସ୍ତଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନେଉଛନ୍ତି । ଅଳିଆ ଆବର୍ଜନାଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, ମଇଳା ଟାଙ୍କି ଆଦି ସଫା କରୁଛନ୍ତି । କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟ କଥା କାହା ନଜରରେ ପଡୁନାହିଁ । ସବୁଠାରୁ ବଡ କଥା ହେଉଛି , ଯେତେବେଳେ ନାଳ, ସଡକ, ନଦୀ ଆଦି ସମ୍ୁଦ୍ର ତଟ ଭଳି ମହତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସେ ଠିକ୍ ସେତିକି ବେଳେ ସଫେଇ କର୍ମୀଙ୍କ କଥା ସମସ୍ତଙ୍କର ମନକୁ ଆସେ କିମ୍ବା କାର୍ଯ୍ୟ ସମୟରେ ସଫେଇ କର୍ମୀଙ୍କ ମୃତ୍ୟୁ ଖବର ଆସିଲେ ତାହା ସମସ୍ତଙ୍କ ନଜରକୁ ଆସେ ।

publive-image

ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଘଠନ (ILO), ବିଶ୍ୱ ବ୍ୟାଙ୍କ (World Bank), ଏବଂ ୱାଟରଏଡ (WaterAid) ସହିତ ପ୍ରକାଶିତ ଏହି ରିପୋର୍ଟରେ, “Health, Safety and Dignity of Sanitation Workers : An Initial Assessment)” ରେ କମ୍ ଏବଂ ମଧ୍ୟ ଆୟ କରୁଥିବା ଦେଶଗୁଡିକରେ ୯ ସଫେଇ କର୍ମୀଙ୍କ ଜୀବନୀ ଉପରେ ଅଧ୍ୟୟନ କରାଯାଇଛି । ଯେଉଁମାନେ ଟ୍ୟାଙ୍କ, ମଳ ସଫା ଆଦି କାର୍ଯ୍ୟ କରନ୍ତି । ସମାଜରେ ଉଚ୍ଚ ନିଚ୍ଚର ଭେଦଭାବ କାରଣରୁ ସ୍ୱଚ୍ଛଚା କର୍ମଚାରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ରିପୋର୍ଟରେ ଏହି କର୍ମଚାରୀଙ୍କୁ “ଅଦୃଶ୍ୟ, ଅଶିକ୍ଷିତ ଓ ବହିଷ୍କୃତ”ର ନାମ ଦିଆଯାଇଥିବା ବେଳେ, କେହି ତାଙ୍କର ଉପକାରୀତାକୁ ସ୍ୱୀକାର କରନ୍ତି ନାହିଁ ।