ସାନିଟାଇଜରକୁ ନେଇ ଆସିଲା ସାଂଘାତିକ ସତ: ମାତ୍ରାଧିକ ହ୍ୟାଣ୍ଡ ‘ସାନିଟାଇଜର’ର ବ୍ୟବହାର ଶରୀରରେ ଆଣିପାରେ ବଡ ବିପଦ; କରୋନା କାଳରେ କବଚ ସାଜିଥିବା ସୁଗନ୍ଧିତ ସାନିଟାଇଜର ମଣିଷ ଦେହରେ ସୃଷ୍ଟି କରିପାରେ ଘାତକ ସମସ୍ୟା
କନକ ବ୍ୟୁରୋ: କରୋନା ମହାମାରୀ କବଳରେ ଏବେ ସାରା ବିଶ୍ୱ ଅସହାୟ ହୋଇପଡିଛି । ଆଉ କରୋନାର କାୟାକୁ ରୋକିବା ପାଇ ବର୍ତ୍ତମାନ ପରିସ୍ଥିତିରେ ଭ୍ୟାକ୍ସିନର ଟେଷ୍ଟିଂ ଜାରି ରହିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ବିଶେଷଜ୍ଞମାନେ ସୋସିଆଲ ଡିସଷ୍ଟାନ୍ସିଂ ଓ ମାସ୍କ ସହ ବାରମ୍ବାର ହାତକୁ ସଫା ରଖିବାକୁ ପରାମର୍ଶ ଦେଉଛନ୍ତି । ତେବେ ସାବୁନ-ପାଣି ନଥିଲେ ହାତକୁ ସାନିଟାଇଜର ଦ୍ୱାରା ମଧ୍ୟ ଜୀବାଣୁ ମୁକ୍ତ ରଖିପାରିବେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯାହାକୁ ଆପଣ ଜୀବାଣୁ ନାଶକ ଭାବି ବ୍ୟବହାର କରୁଛନ୍ତି ତାହା ବାସ୍ତବରେ ଆପଣଙ୍କୁ ବିପଦରେ ମଧ୍ୟ ପକାଇପାରେ । ଅର୍ଥାତ୍ ସାନିଟାଇଜର ମାତ୍ରାଧିକ ବ୍ୟବହାର ଦ୍ୱାରା ଶରୀରରେ ହର୍ମୋନାଲ ପରିବର୍ତ୍ତନ ଭଳି ସମସ୍ୟା ଦେଖାଦେଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ବିଶେଷଜ୍ଞଙ୍କ କହିବାନୁସାରେ, ଯେଉଁ ଭାଇରସକୁ ମାରିବା ପାଇଁ ସାନିଟାଇଜର ବ୍ୟବହାର କରାଯାଉଛି ତାହା ଭାଇରସକୁ ମାରିବା ପାଇଁ ପର୍ଯ୍ୟାପ୍ତ ନୁହଁ । ତଥାପି କିନ୍ତୁ କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଅତି ଜରୁରୀ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ, ଲୋକଙ୍କର ବିଶ୍ୱାସ ରହିଛି ଯେ, ଆଲକୋହଲ ଯୁକ୍ତ ସାନିଟାଇଜର ଦ୍ୱାରା ହାତରେ ଥିବା ଜୀବାଣୁ ୧୦୦ରୁ ୯୯ ପ୍ରତିଶତ ନଷ୍ଟ ହୋଇଯାଇଥାଏ । ଏଥିରେ ଉପଲବ୍ଧ ଥିବା ତତ୍ୱ ତଥା ଇଥାନଲ, ଆଇସୋପ୍ରୋପାନୋଲ କିମ୍ବା ଏନ-ପ୍ରୋପାନୋଲ, ଜୀବାଣୁ ବା ଜୀବାଣୁର ପ୍ରୋଟିନ ସ୍ତର ଉପରେ ଆକ୍ରମଣ କରି ଜୀବାଣୁକୁ ନଷ୍ଟ କରିଦେଇଥାଏ । ସେହିଭଳି ହାତରେ ଥିବା ଜୀବାଣୁକୁ ନଷ୍ଟ କରିବା ପାଇଁ ସାନଟାଇଜରରେ ୭୦ ପ୍ରତିଶତ ବା ଏହାଠୁ ଅଧିକ ଆଲକୋହଲ ରହିବା ଆବଶ୍ୟକ । ଆମେରିକାନ କେମିକାଲ୍ ସୋସାଇଟ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ହାତକୁ ସଫା କି ନାହିଁ ତାହା ହାତରେ ଲାଗିଥିବା ମଇଳା ଉପରେ ନିର୍ଭର କରୁଛି । ଯଦି ଆପଣଙ୍କ ହାତ ବହୁତ ମାତ୍ରାରେ ଅପରିଷ୍କାର ହୋଇଥିବ ତେବେ ସାନିଟାଇଜରର ସାମୀତ ମାତ୍ରା ହାତରେ ଲାଗିଥିବା ମଇଳାକୁ ସଫା କରିବାକୁ ପର୍ଯ୍ୟାପ୍ତ ନୁହେଁ ।
ସେହିଭଳି ହାଣ୍ଡ ସାନିଟାଇଜରକୁ ନେଇ ଅନେକ ଭ୍ରମ ମଧ୍ୟ ରହିଛି । ତେବେ କୌଣସି ବି ସାନିଟାଇଜର ସଂପୂର୍ଣ୍ଣ ରୂପରେ ଭାଇରସକୁ ନଷ୍ଟ କରିପାରିନଥାଏ । ତେଣୁ ପାଣି ବଦଳରେ ସାନିଟାଇଜର ବ୍ୟବହାର କରି ବା ପରେ ନିଜରୁ ସୁରକ୍ଷିତ ମାନୁଥିବା ବ୍ୟକ୍ତି କରୋନା ତଥା କୌଣସି ବି ଘାତକ ଭାଇରସର ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି । ସେହିଭଳି ସାନିଟାଇଜରର ମାତ୍ରାଧିକ ବ୍ୟବହାର, ଶରୀରରେ ହର୍ମୋନଲ ଅସନ୍ତୁଳନ ଦେଖାଦେଇଥାଏ । ଫଳରେ ଆଂଟି ବାୟୋଟିକ୍ ରେଜିଷ୍ଟାନ୍ସ ଭଳି ପରିସ୍ଥିତି ବି ଉପୁଜିପାରେ । ତେବେ ପଶୁମାନଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରେ ଜଣାପଡିଛି କି, ଯଦି ସାନିଟାଇଜରର ବହୁଳ ବ୍ୟବହାର କରାଯାଏ ତେବେ ଏହା ଶରୀରରେ ଥିବା ହରମୋନ୍ ଭିନ୍ନ ଆଚରଣ କରିବା ଆରମ୍ଭ କରିଦିଏ । ତେବେ ମଣିଷ ଉପରେ ଏହାର କି ପ୍ରକାର ପ୍ରଭାବ ରହିଛି, ତାକୁ ନେଇ ବର୍ତ୍ତମାନ ଅଧ୍ୟୟନ ଜାରି ରହିଛି ।