ଲାଦେନର ପୁଅ ହମଜା ବିନ୍ ଲାଦେନ୍ ଆମେରିକା ସେନା ଗୁଳିରେ ସଫା ! ମୃତ୍ୟୁନେଇ ବିଧିବଦ୍ଧ ଘୋଷଣା କଲେ ଟ୍ରମ୍ପ

Advertisment
ଦୋଷୀ ସାବ୍ୟସ୍ତ ହେଲା ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସଈଦ । ଆତଙ୍କବାଦୀଙ୍କୁ ଯୋଗାଉଥିଲା ପାଣ୍ଠି, ୧୧ ବର୍ଷର ଜେଲଦଣ୍ଡ ଶୁଣାଇଲେ କୋର୍ଟ

କନକ ବ୍ୟୁରୋ : ୯/୧୧ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଓସାମା ବିନ୍ ଲାଦେନର ପୁଅ ହମଜା ବିନ୍ ଲାଦେନ୍ ଆମେରିକା ସେନା ଗୁଳିରେ ପ୍ରାଣ ହରାଇଛି । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି ।  ଟ୍ରମ୍ପ କହିଛନ୍ତି- ଅଲ କାଏଦାର ପ୍ରତିଷ୍ଠାତା ତଥା ଆତଙ୍କବାଦୀ ଓସାମା ବିନ୍ ଲାଦେନର ପୁଅ ହମଜା ଆତଙ୍କାବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛି ।  ହମଜାର ମୃତ୍ୟୁ କେବଳ ଅଲକାଏଦାର ନେତୃତ୍ୱ ଭାବେ ବଡ଼ କ୍ଷତି ନୁହେଁ ବରଂ ଏହା ଦ୍ୱାରା ଆତଙ୍କବାଦୀ ସଂଗଠନର ଆତଙ୍କୀ କାର୍ଯ୍ୟକଳାପ ମଧ୍ୟ କମିବ ବୋଲି ଟ୍ରମ୍ପ କହିଛନ୍ତି ।

publive-imageପୂର୍ବରୁ ଆମେରିକା ପକ୍ଷରୁ ଓସାମାର ପୁଅର ମୃତ୍ୟୁ ହୋଇଥିବା ନେଇ କୁହାଯାଇଥିଲା । ତେବେ ଗତକାଲି ବିଧିବଦ୍ଧ ଭାବରେ ଆମେରିକା ରାଷ୍ଟ୍ରପତି ଏହା ଘୋଷଣା କରିଛନ୍ତି । ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ସମୟରେ ହମଜାର ମୃତ୍ୟୁ ହୋଇଥିବା କୁହାଯାଇଛି । ହମଜା ଉପରେ ଆମେରିକା ସେନା ୧ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe