କନକ ବ୍ୟୁରୋ: ବାଂଲାଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା ହାମୁନ୍ । ଅତି ଭୀଷଣ ବାତ୍ୟା ହାମୁନ୍ ଦୁର୍ବଳ ହୋଇ ବାତ୍ୟା ଭାବେ ଉପକୂଳ ଅତିକ୍ରମ କରିଛି । ରାତି ଗୋଟାଏ ୩୦ରୁ ୨ଟା ୩୦ ମଧ୍ୟରେ ଦକ୍ଷିଣ ଚିଟାଗଙ୍ଗ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା ହାମୁନ୍ । ଏହି ସମୟରେ ପବନର ଘଂଟାପ୍ରତି ବେଗ ୭୫ରୁ ୮୫ କିଲୋମିଟର ରହିଥିଲା । କିଛି ଘଂଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଏହାର ୬ ଘଂଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ମିଜୋରାମରେ ପ୍ରବଳ ବର୍ଷା ହୋଇପାରେ ।

Advertisment

ଆସନ୍ତାକାଲି ମିଜୋରାମ୍ ଓ ତ୍ରିପୁରାର କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଓଡ଼ିଶା ଉପକୂଳ ସମେତ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।