ଆଜି ମୁକ୍ତ ହେଲେ ହମିଦ୍ ଅନ୍ସାରୀ : ପ୍ରେମିକାକୁ ପାକିସ୍ତାନ ଭେଟିବାକୁ ଯାଇ ୬ବର୍ଷ ବନ୍ଦ ଥିଲେ ପାକ୍ ଜେଲରେ  

Advertisment
ଆଜି ମୁକ୍ତ ହେଲେ ହମିଦ୍ ଅନ୍ସାରୀ : ପ୍ରେମିକାକୁ ପାକିସ୍ତାନ ଭେଟିବାକୁ ଯାଇ ୬ବର୍ଷ ବନ୍ଦ ଥିଲେ ପାକ୍ ଜେଲରେ  

source : Google

ନକଲି ପାକିସ୍ତାନୀ ପରିଚୟ ପତ୍ର ଧରି ପାକିସ୍ତାନରେ ପ୍ରବେଶ କରିଥିବା ଭାରତୀୟ ନାଗରିକ ହମିଦ ନେହାଲ ଅନସାରି ପାକିସ୍ତାନ ଜେଲରୁ ମୁକ୍ତ ହୋଇଛନ୍ତି। ୩୩ ବର୍ଷୀୟ ଅନସାରି ପେଶାୱାର କେନ୍ଦ୍ରୀୟ ଜେଲରେ ୨୦୧୫ରୁ ବନ୍ଦୀ ଥିଲେ। ୨୦୧୨ ନଭେମ୍ବରରେ ଅନସାରି ଏକ ନକଲି ପାକିସ୍ତାନୀ ପରିଚୟ ପତ୍ର ଦ୍ବାରା ପାକିସ୍ତାନକୁ ପ୍ରବେଶ କରିଥିଲେ।

publive-image

ମୁମ୍ବାଇର ନିବାସୀ ଅନ୍ସାରୀ(୩୩) ପେଶାବରର କେନ୍ଦ୍ରୀୟ ଜେଲରେ ଥିଲେ । ତାଙ୍କୁ ସୈନ୍ୟ ଅଦାଲତ ନକଲି ପାକିସ୍ତାନୀ ପରିଚୟ ପତ୍ର ରଖିବାକୁ ନେଇ ୧୫ ଡିସେମ୍ବର, ୨୦୧୫ରେ ୩ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ । ହାମିଦଙ୍କୁ ୨୦୧୨ରେ ଅବୈଧ ରୂପେ ପାକିସ୍ତାନରେ ଅନୁପ୍ରବେଶ କରଥିବା ଅପରାଧରେ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ଜଣେ ପାକିସ୍ତାନୀ ଯୁବତୀ ପ୍ରେମରେ ପଡିଥିଲେ ଜଣେ ଭାରତୀୟ ମୁସଲମାନ୍ ଯୁବକ। ଫେସବୁକ୍ ଜରିଆରେ ସେ ପ୍ରେମରେ ପଡିଥିଲେ। ତା’ପରେ ଏହି ଯୁବକ ହାସିଦ୍ ଅନସାରୀ ପ୍ରେମିକାକୁ ଭେଟିବା ପାଇଁ ଆଫଗାନିସ୍ତାନ ବାଟ ଦେଇ ପାକିସ୍ତାନରେ ପହଞ୍ଚିଥିଲେ। ଏହି ଅପରାଧରେ ଜଣକୁ ସର୍ବାଧିକ ତିନି ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଛି। ହାମିଦକୁ ୨୦୧୫ରେ ଜେଲ୍ରୁ ମୁକ୍ତ କରାଇ ଭାରତ ପଠାଇବାର କଥା, ମାତ୍ର ପାକିସ୍ତାନ ସରକାର ତାହା କରିନଥିଲେ। ଏହି ମାମଲାରେ ୯୫ ଥର ଭାରତୀୟ ଅଧିକାରୀମାନେ ପାକିସ୍ତାନ ସରକାରଙ୍କୁ ପତ୍ର ଲେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe