କନକ ବ୍ୟୁରୋ : ଇସମାଇଲର ହତ୍ୟା ପରେ ପ୍ରତିଶୋଧ ନିଆଁରେ ଜଳୁଛି ଇରାନ । ଇରାନ ଏନେ ନିଜ ଦେଶର ଅଧିକାରୀଙ୍କ ଉପରେ ସହେନ୍ଦ ପ୍ରକାଶ କରିଛି । ଗୁଇନ୍ଦା ବିଭାଗ,ସେନା ଓ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କୁ ଗୁଇନ୍ଦାଗିରି ସହେନ୍ଦହରେ ଗିରଫ କରିଛନ୍ତି ଇରାନ ସରକାର । ଇସମାଇଲ ହାନିୟେହର ମୃତ୍ୟୁ ପଛରେ ସୁରକ୍ଷାତ୍ରୁଟି ଦର୍ଶାଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି। ଇରାନ ରାଷ୍ଟ୍ରପତିଙ୍କ ଶପଥପାଠ ପାଇଁ ହାନିୟେହ ଯେଉଁ ଗେଷ୍ଟ ହାଉସରେ ରହିଥିଲେ ସେଠାରେ ସୁରକ୍ଷାତ୍ରୁଟି ହୋଇଥିଲା ଓ ଏଠାରୁ ହିଁ ପିଛା କରି ହମାସ ମୁଖ୍ୟଙ୍କୁ ହତ୍ୟା କରାଯାଇଥିବା ସହେନ୍ଦ ପ୍ରକାଶ କରିଛି ଇରାନ। ଇସ୍ରାଏଲ ଗୁଇନ୍ଦା ଓ ଇରାନ ସେନାଅଧିକାରୀ ହାତ ମିଶାଇଥିବା ସହେନ୍ଦ ପ୍ରକାଶ କରିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ରିଟିଶ ଓ ଆମେରିକା ଗଣମାଧ୍ୟମରେ ଏକଥା ଦାବି କରିଛି ଯେ, ଇସ୍ରାଏଲ ଗୁଇନ୍ଦା ବିଭାଗ ମୋସାଦ ହାନିୟେହଙ୍କ ହତ୍ୟା ପାଇଁ ମାଷ୍ଟରପ୍ଳାନ କରିଥିଲା। ଇରାନର କିଛି ସେନାଧିକାରୀଙ୍କୁ ମୋଟାଅର୍ଥର ଅଙ୍କ ଦେଇ ସୂଚନା ହାତେଇଥିଲା। ଏବେ ଇରାନ ଏନେଇ ନିଜ ଅଧିକାରୀଙ୍କୁ ଗିରଫ କରିବା ଆରମ୍ଭ କରିଛି। ଏଥିସହ ଇସ୍ରାଏଲ ବିରୋଧରେ ଏକ ବଡ଼ ଧରଣର ଆକ୍ରମଣର ପ୍ରସ୍ତୁତିରେ ଲାଗିଛି ଇସ୍ରାଏଲ।

ହିଜବୁଲ୍ଲା କରିବ ପ୍ରତିଶୋଧର ଆକ୍ରମଣ

  • ପ୍ରତିଶୋଧର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ହିଜବୁଲ୍ଲା
  • ଉତ୍ତର ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି
  • ଇସ୍ରାଏଲ ପାଇଁ ୩ ଚ୍ୟାଲେଞ୍ଜ ହୁତି, ହମାସ ଓ ହିଜବୁଲ୍ଲା
  • ଦକ୍ଷିଣ ଲେବାନନରେ ହିଜବୁଲ୍ଲାର ୭ଟି ମିସାଇଲ ପ୍ରସ୍ତୁତ
  • ୧୩ଟି ରକେଟ୍ ଲଞ୍ଚପ୍ୟାଡ ମଧ୍ୟ ପ୍ରସ୍ତୁତ କରି ରଖିଛି
  • ୩୦୦ରୁ ଅଧିକ କତ୍ୟୁଷା ଓ ଫଲକ ରକେଟ୍ ପ୍ରସ୍ତୁତ

ଇସ୍ରାଏଲକୁ ଘେରି ରହିଛନ୍ତି ୧୯ ସଙ୍ଗଠନ

ହମାସ ମୁଖ୍ୟକୁ ହତ୍ୟା ପରେ ୧୯ଟି ସଂଗଠନ ଏକାଠି

ଇସ୍ରାଏଲକୁ ଘେରି ରହିଛନ୍ତି ଏହି ୧୯ଟି ସଂଗଠନ

ଲେବାନନ, ଗାଜା, ୱେଷ୍ଟବ୍ୟାଙ୍କ ଓ ସିରିଆ ସୀମାରେ ଜଗିଛନ୍ତି

ହୁତି, ହମାସ ଓ ହିଜବୁଲ୍ଲା ଏମାନଙ୍କ ଭିତରେ ସବୁଠୁ ବଡ ବିପଦ

ଇରାନ ସମର୍ଥନରେ ଇସ୍ରାଏଲ ଉପରେ କରିପାରନ୍ତି ଆକ୍ରମଣ

ଇସ୍ରାଏଲ ସୀମାକୁ ଚାରିପଟୁ ଘେରି ରହିଛନ୍ତି ଇରାନ ସମର୍ଥକ

ଇସ୍ରାଏଲ ସମର୍ଥନରେ ଆମେରିକା

ଦୁଇଟି କ୍ୟାରିୟର ଷ୍ଟ୍ରାଇକ ଗ୍ରୁପ ମୁତୟନ

ୱାରସିପ୍ ଓ ଏୟାରକ୍ରାଫ୍ଟ ମୁତୟନ କରିଛି ଆମେରିକା

ଲୋହିତ ସାଗରରେ ସୁରକ୍ଷା ଯୋଗାଇ ଦେଉଛି

ହୁତି ଆକ୍ରମଣରୁ ଯାହାଜକୁ ସୁରକ୍ଷା ଦେବାର ଦାୟିତ୍ୱ

୨୦୦୦ ସୈନିକଙ୍କୁ ଆଲର୍ଟ ରଖାଯାଇଛି

ପାଟ୍ରିୟଟ୍‌ ଓ ଥାର୍ଡ ଡିଫେନ୍ସ ସିଷ୍ଟମ ମୁତୟନ

୨୦ ହଜାର ୫୦୦ କିଲୋଗ୍ରାମର ବୋମା ଦେଇଛି ଆମେରିକା

୯୦୭ କିଲୋ ଓ ୨୨୬ କିଲୋର ବୋମା ଦେଇଛି

ସହଯୋଗ କରୁଛନ୍ତି ବ୍ରିଟେନ୍, ଫ୍ରାନ୍ସ ଓ ଜୋର୍ଡାନ୍

ଫାଇଟର ଜେଟ୍‌ ମୁତୟନ କରି ଚାପ ବଢାଉଛନ୍ତି

ଏପ୍ରିଲରେ ଇରାନ ଆକ୍ରମଣ ପରେ ଫାଇଟର ଜେଟ୍ ମୁତୟନ

ଜୁନରେ ୩ ବିଲିୟନ ଡଲାରର ଡିଲ

୨୫ଟି ଏଫ-୩୫ ଫାଇଟର ଜେଟ ପାଇଁ ଡିଲ

୧୨.୫ ବିଲିୟନ ଡଲାରର ସାମରିକ ସହାୟତା