କନକ ବ୍ୟୁରୋ: ଗାଜା ପଟିରେ ଥିବା ହମାସର ଅଲ ସିଫା ହସ୍ପିଟାଲରେ ଇସ୍ରାଏଲ ସେନା । ହସ୍ପିଟାଲରେ ହମାସର ମୁଖ୍ୟାଳୟ ଥିବା ଦାବି କରି ଆସୁଥିବା ଇସ୍ରାଏଲ ଏବେ ଭିଡିଓ ପ୍ରମାଣ ଜାରି କରିଛି । ସେନାଧିକାରୀ ହମାସର ଆଡ୍ଡା ଖୋଜି ବାହାର କରିବା ପରେ ଏହା ସ୍ଥିତି ସମ୍ବନ୍ଧରେ ଟିକିନିକି କରି ବୁଝାଉଛନ୍ତି । ଏପରିକି କିଛି ଭିଡିଓ ଜାରି କରି ଇସ୍ରାଏଲ କହିଛି ହସ୍ପିଟାଲ ଭିତରେ ହମାସ ସୁଡ଼ଙ୍ଗ ରହିଛି । ସୁଡ଼ଙ୍ଗରେ ଲାଗିଛି ବୁଲେଟପ୍ରୁଫ୍ କବାଟ । ଭାରିମାତ୍ରାର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ପଣବନ୍ଦୀଙ୍କୁ ଏଠାରେ ରଖିଥିଲା ହମାସ ।

Advertisment

କୁହାଯାଉଛି ହସ୍ପିଟାଲରେ ହମାସର ଆଡ୍ଡା ଥିବା ପ୍ରଥମେ ଆମେରିକା ଗୁଇନ୍ଦା ସଂସ୍ଥା ସୂଚନା ଦେଇଥିଲା । ଏହା ଆଧାରରେ ଇସ୍ରାଏଲ ସେନା ଏବେ ଅଲଶିଫା ହସ୍ପିଟାଲକୁ ଚାରିପଟୁ ଘେରି ରଖିଛି । ହସ୍ପିଟାଲରେ ଅନେକ ରୋଗୀ ଥିବାରୁ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ବଢିଛି । ଜବାବରେ ଇସ୍ରାଏଲ ସେନା କହିଛି ଆମ ଯୁଦ୍ଧ କେବଳ ହମାସ ସହ । ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ଓ ପଣବନ୍ଦୀକୁ ମୁକୁଳାଇବା ଆମ ପ୍ରାଥମିକତା । ସ୍ଥିତିକୁ ଦୃଷ୍ଟିରେ ରଖି ହମାସକୁ ଟାର୍ଗେଟ କରାଯାଉଛି । ରୋଗୀଙ୍କ ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଭିଡିଓ ମଧ୍ୟ ଜାରି କରିଛି ଇସ୍ରାଏଲ । ସେହିପରି ଆଇଡିଏଫ ଆଉ ଏକ ଭିଡିଓ ଜାରି କରିଛି । ହମାସର ଅନ୍ୟତମ କମାଣ୍ଡର ଇସମାଇଲ ହାନିୟେକୁ ନିପାତ କରାଯାଇଥିବା କହିଛି ସେନା । ଭିଡିଓରେ କମାଣ୍ଡର ଠିକଣା ଉପରେ ଏୟାରଷ୍ଟ୍ରାଇକ ସମୟର ଦୃଶ୍ୟ ଦେଖିବାକୁ ମିଳିଛି ।