ଇସ୍ରାଏଲ ଉପରେ ଆକ୍ରମଣରେ ହମାସ ଯେଉଁ ହ୍ୟାଙ୍ଗ ଗ୍ଲାଇଡ଼ର୍ସ ବ୍ୟବହାର କରିଥିଲା ସେସବୁ ଚୀନରେ ତିଆରି ବୋଲି ଜଣାପଡିଛି । ଏକଥା ଦାବି କରିଛନ୍ତି ଜେନିଫର ଝେଙ୍ଗ । ଏହି କଥାକୁ ସେ ସପୂର୍ଣ ରୂପେ ପୃଷ୍ଟି କରିପାରିନାହାନ୍ତି କିନ୍ତୁ କହିଛନ୍ତି ଏହିପରି  ହ୍ୟାଙ୍ଗ ଗ୍ଲାଇଡ଼ର୍ସ ଚୀନର ହୁନାନ ପ୍ରାନ୍ତର ଝୁଝୋଉ ଅଞ୍ଚଳରେ ତିଆରି କରାଯାଏ ।

Advertisment

ଇସ୍ରାଏଲର ଦକ୍ଷିଣ ପାର୍ଶ୍ବରେ  ଚାଲିଥିବା ସଙ୍ଗୀତ ସମାରୋହକୁ ହମାସର କିଛି ଆତଙ୍କବାଦୀ ହ୍ୟାଙ୍ଗ ଗ୍ଲାଇଡ଼ର୍ସ ସାହାଯ୍ୟରେ ଆକାଶମାର୍ଗରୁ ଓଲ୍ହେଇ ଆକ୍ରମଣ କରିଥିଲେ । ସେମାନଙ୍କ ଆକ୍ରମଣରେ ଶତାଧିକ ଇସ୍ରାଏଲି ନାଗରିକ ପ୍ରାଣ ହରାଇଥିଲେ । ଏହି ଆକ୍ରମଣରେ ସେମାନେ ଯେଉଁ ହ୍ୟାଙ୍ଗ ଗ୍ଲାଇଡ଼ର୍ସ ବ୍ୟବହାର କରିଥିଲେ ତାହା ସବୁ ଚୀନରେ ନିର୍ମିତ ବୋଲି ଜଣେ ବ୍ୟକ୍ତି ଦାବି କରିଛନ୍ତି । ସେ ହେଉଛନ୍ତି ଇଣ୍ଟରନ୍ୟାସନାଲ ପ୍ରେସ ଆସୋସିଏସନର ସଦସ୍ୟ ତଥା ଖୋଦ ଚୀନର ନାଗରିକ ଜେନିଫର ଝେଙ୍ଗ ।

ସେ ନିଜର ସୋସିଆଲ ମେଡ଼ିଆ ପ୍ଲାଟଫର୍ମ 'X' (ଟ୍ଵିଟର) ରେ ଏହା କହିଛନ୍ତି । ଜେନିଫର ଏହି ଦାବିର ସମ୍ପୂର୍ଣ ପୃଷ୍ଟି କରିନାହାନ୍ତି କି ଏହା ଚୀନରେ ନିର୍ମିତ ବୋଲି କିନ୍ତୁ ତାଙ୍କ କହିବା ଅନୁସାରେ ଚୀନର କିଛି ନାଗରିକ ଏହା କହୁଛନ୍ତି ଯେ ଏହିପରି ଗ୍ଲାଇଡ଼ର୍ସ ଚୀନର ହୁନାନ ପ୍ରାନ୍ତର ଝୁଝୋଉ ଅଞ୍ଚଳରେ ନିର୍ମାଣ କରାଯାଏ । ଜେନିଫର ଯେତେବେଳେ ଏ କଥା ଶୁଣିବାକୁ ପାଇଲେ ତାପରେ ସେ ଅନୁସନ୍ଧାନ କରିବାକୁ  ଲାଗିଲେ । ଅନୁସନ୍ଧାନ ସମୟରେ ସେ ସମ୍ପୃକ୍ତ କମ୍ପାନୀର ୱେବ ସାଇଟ ଯାଇ ଚେକ କରିଥିଲେ ଏବଂ ଏହା ପାଇଥିଲେ କି ଏହିପରି ଗ୍ଲାଇଡ଼ର୍ସ ଉକ୍ତ କମ୍ପାନୀ ଦ୍ଵାରା ନିର୍ମାଣ କରାଯାଏ । ଯାହାର ସମ୍ପୂର୍ଣ ବିବରଣୀ କମ୍ପାନୀର ୱେବ ସାଇଟରେ ଉପଲବ୍ଧ ଅଛି ।