କନକ ବ୍ୟୁରୋ: ଶନିବାର ଅଚାନକ ହମାସ ଆତଙ୍କବାଦୀ ଇସ୍ରାଏଲର ଚ।।ରିପଟୁ ଅନୁପ୍ରବେଶ କରି ଇସ୍ରାଏଲରେ ରକ୍ତର ହୋଲି ଖେଳିଲେ । ଏହାର ସବୁଠାରୁ ବଡ ଶିକାର ହେଲେ ମ୍ୟୁଜିକ ଫେଷ୍ଟିଭାଲରେ ଯୋଗ ଦେଇଥିବା ପର୍ଯ୍ୟଟକ । ଗାଜା ସୀମାକୁ ଲାଗି ଥିବା କିବୁତଜ୍ ରିମରେ ଚାଲିଥିଲା ମ୍ୟୁଜିକ୍ ଫେଷ୍ଟିଭାଲ । ଏଥିରେ ଯୋଗ ଦେଇଥିଲେ ଇସ୍ରାଏଲି ନାଗରିଖଙ୍କ ସହ ଶହଶହ ବିଦେଶୀ ପର୍ଯ୍ୟଟକ । ଏହାକୁ ଟାର୍ଗେଟ କଲା ହମାସ୍ । ଅଖି ବୁଜା ଗୁଳିମାଡ କରି ନେଲଶ ୨୫୦ରୁ ଅଧିକ ଜୀବନ । ହେଲେ ଏହା ଭିତରେ ବୁଦ୍ଧି ଖଟାଇ ବଞ୍ଚିଯାଇଥିବା ଜଣେ ଯୁବତୀ ବଖାଣିଛନ୍ତି ସେ ସମୟରେ ଲୋମଟାଙ୍କୁରା କାହାଣୀ ।

Advertisment

ମ୍ୟୁଜିକ୍ ଫେଷ୍ଟାଭାଲରେ ଗୁଳିମାଡ କରିବାରୁ ଜୀବନ ବଞ୍ଚାଇବାକୁ ଚାରିଆଡକୁ ଦୌଡିଥିଲେ ପର୍ଯ୍ୟଟକ । ତଥାପି ଅନେକ ବଞ୍ଚିପାରିନଥିଲେ । ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବକ, ଲି ସାସି ନାମକ ଯୁବତୀ ଗଦା ଗଦା ଶବଙ୍କ ମଝିରେ ପାଖାପାଖି ୭ ଘଣ୍ଟା ଲୁଚି ରହିଥିଲେ । ଏବଂ ଏଭଳି ଭାବେ ନିଜ ଜୀବନ ବଞ୍ଚାଇଥିଲେ । ସେଠାରୁ ଆତଙ୍କବାଦୀମାନେ ଚାଲିଯିବା ପରେ ଇସ୍ରାଏଲ ସେନା ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇଥିଲା ।