କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ୍ ଯୁଦ୍ଧକୁ ୧୪ ଦିନ ହେଲାଣି । ହମାସର ଆତଙ୍କବାଦୀମାନେ ଇସ୍ରାଏଲି ନାଗରିକଙ୍କ ସମେତ ବିଦେଶୀ ନାଗରିକଙ୍କୁ ମଧ୍ୟ ବନ୍ଧକ କରି ରଖିଛନ୍ତି । ଏଭଳି ସ୍ଥଳେ କତାର ମଧ୍ୟସ୍ଥତା କରିବା ପରେ ବନ୍ଧକରେ ଥିବା ଦୁଇ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିଛନ୍ତି ହମାସ୍ ଆତଙ୍କବାଦୀ ।

Advertisment

୫୯ ବର୍ଷୀୟ ଜୁଡିଥ୍‌ ସାଇ ରାନନ୍‌ ଓ ତାଙ୍କ ୧୮ ବର୍ଷୀୟ ଝିଅ ନାଟାଲାଇ ଶୋଶାନା ରାନନ୍‌ ଶୁକ୍ରବାର ରାତିରେ ଇସ୍ରାଏଲ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନଙ୍କ ଅବସ୍ଥା ବିଷୟରେ କୌଣସି ବିବରଣୀ ଦିଆଯାଇ ନ ଥିଲେ ସୁଦ୍ଧା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ଖବର ପାଇ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି। ମୁକ୍ତ ହୋଇଥିବା ଦୁଇ ମହିଳାଙ୍କ ସହିତ ବାଇଡେନ୍‌ ଟେଲିଫୋନ୍‌ ମାଧ୍ୟମରେ କଥାବାର୍ତ୍ତା ବି କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଜଣେ ଇସ୍ରାଏଲୀୟ ଦୂତଙ୍କ ଦ୍ୱାରା ଗାଜା ସୀମାନ୍ତରେ ଦୁହିଁଙ୍କର ଭେଟ ହୋଇଥିଲା। ତା’ପରେ ସେମାନଙ୍କୁ କେନ୍ଦ୍ରୀୟ ଗାଜାରେ ଥିବା ସେନା ଘାଟିକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ପରିବାର ଲୋକେ ଦୁହିଁଙ୍କୁ ଅପେକ୍ଷା କରିଥିଲେ। ଅକ୍ଟୋବର ୭ ତାରିଖ ଦିନ ଉକ୍ତ ଆମେରିକୀୟ ମାଆ ଓ ଝିଅଙ୍କୁ ଇସ୍ରାଏଲ୍‌-ଗାଜା ସୀମାନ୍ତ ଅନ୍ତର୍ଗତ ନହଲ୍‌ ଓଜ୍‌ କିବୁଜ୍‌ ନିକଟରୁ ଧରି ନିଆଯାଇଥିଲା। ସେମାନେ ଇସ୍ରାଏଲ୍‌ ବୁଲି ଯାଇଥିଲେ ।