ଇସ୍ରାଏଲ ଓ ହମସା ଆତଙ୍କୀ ମଧ୍ୟରେ ଯୁଦ୍ଧ ଜାରି : ଆମେରିକା ସମେତ ୫ ରାଷ୍ଟ୍ର କଲେ କଡା ନିନ୍ଦା

ଇସ୍ରାଏଲ ଓ ହମସା ଆତଙ୍କୀ ମଧ୍ୟରେ ଯୁଦ୍ଧ ଜାରି : ଆମେରିକା ସମେତ ୫ ରାଷ୍ଟ୍ର କଲେ କଡା ନିନ୍ଦା

କନକ ବ୍ୟୁରୋ : ଇସ୍ରାଏଲକୁ ହମସା ଆତଙ୍କୀର ଟାର୍ଗେଟ । ୫ ରାଷ୍ଟ୍ର ଆକ୍ରମଣକୁ ନିନ୍ଦା କରିବା ସହିତ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି । ଆମେରିକା, ଫ୍ରାନ୍ସ, ବ୍ରିଟେନ୍, ଜର୍ମାନୀ, ଇଟାଲି ମିଳିତ ଭାବେ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି । ଇସ୍ରାଏଲର ଉଭୟ ସାଧାରଣ ନାଗରିକ ଓ ସୈନିକଙ୍କ ସମେତ ୧୫୦ ଜଣଙ୍କୁ ବନ୍ଧକ ରଖାଯାଇଥିବା ଅନୁମାନ କରାଯାଉଛି । ଏହାକୁ ନିନ୍ଦା କରିଛନ୍ତି ୫ ଦେଶ ।

ଏଥିସହ ଅନ୍ୟ ସମସ୍ତ ରାଷ୍ଟ୍ରକୁ ମଧ୍ୟ ଆକ୍ରମଣକୁ ନିନ୍ଦା କରିବାକୁ ଆହ୍ୱାନ କରାଯାଇଛି । ହମସା ଆତଙ୍କବାଦୀର ରକେଟ ମାଡରେ ୯୦୦ରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିବା ବେଳେ ୨୬୦୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ଇସ୍ରାଏଲର ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଇସ୍ରାଏଲର ପାଲଟା ଆକ୍ରମଣରେ ଅନ୍ୟୂନ ୬୮୭ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩ ହଜାର ଆହତ ହୋଇଥିବା ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe