କନକ ବ୍ୟୁରୋ : ୧୧ ଦିନରେ ପହଁଚିଲାଣି ଇସ୍ରାଏଲ-ହମାସ ଯୁଦ୍ଧ । ଏହାରି ଭିତରେ ଗାଜା ସହରରେ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଯୁଦ୍ଧର ୧୧ ଦିନରେ ସମୁଦ୍ର ପଟୁ ବି ଗାଜା ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଛି ଇସ୍ରାଏଲ ସେନା । ମିଳିଥିବା ସୂଚନା ଅନୁସାରେ ହମାସର ଅସ୍ତ୍ର ନିରୋଧୀ ସିଷ୍ଟମ୍ ଉପରେ ଆକ୍ରମଣ କରିଛି ଆଇଡିଏଫ୍ । ଏହାସହ ଦକ୍ଷିଣ ଗାଜା ଉପରେ ବି ଆକ୍ରମଣ କରିବା ଆରମ୍ଭ କରିଦେଇଛି ଇସ୍ରାଏଲ । ଅଲଜଜିରାର ଏକ ରିପୋର୍ଟ ଅନୁସାରେ, ଗାଜାର ଦକ୍ଷିଣ ପ୍ରାନ୍ତରେ ରକେଟ୍ ଓ ମିଜାଇଲ ମାଡ ହୋଇଛି । ଏଥିରେ ୭୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ସେପଟେ ଯୁଦ୍ଧ ଭିତରେ ହମାସ ବର୍ବରତା ଚରମସୀମାରେ ପହଁଚିଛି । ବିଶେଷ କରି ଶିଶୁ, ମହିଳା ଓ ରୁଗ୍ମଣ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଛି ହମାସ ।

Advertisment

ଯୁଦ୍ଧ ଯୋଗୁଁ ଗାଜାରେ ଭୟଙ୍କର ଖାଦ୍ୟଭାବ ସଙ୍କଟ ଦେଖାଦେଇଛି । ଏଠାରେ ନା ବିଦ୍ୟୁତ ଅଛି ନା ଖାଦ୍ୟ କି ପାଣି । ଦିନକୁ କେବଳ ଗୋଟେ ଲିଟର ପାଣି ମିଳୁଛି । ସୀମାକୁ ଇସ୍ରାଏଲ ଅବରୋଧ କରି ରଖିଥିବାରୁ ଖାଦ୍ୟ, ପାନୀୟ, ଔଷଧ ଅଭାବ ଦେଖାଦେଇଛି । ମାନବୀୟ ସଙ୍କଟ ଭିତରେ ଉଭୟ ପାଲେଷ୍ଟାଇନ ଓ ଇସ୍ରାଏଲକୁ ଅପିଲ କରିଛି ମିଳିତ ଜାତିସଂଘ । ବନ୍ଧକଙ୍କୁ ମୁକ୍ତ କରିବାକୁ ଓ ମାନବୀୟ ସହାୟତା ପ୍ରଦାନ ପାଇଁ ଅପିଲ କରିଛି ୟୁଏନ । ଯୁଦ୍ଧ ଭିତରେ ବୁଧବାର ଇସ୍ରାଏଲ ପହଁଚିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହା ପୂର୍ବରୁ ବାଇଡେନଙ୍କ ବଡ ବୟାନ ଆସିଛି । ବାଇଡେନ କହିଛନ୍ତି ହମାସ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉଚିତ କିନ୍ତୁ ଗାଜାପଟି ଦଖଲ ଭୁଲ ଅଟେ ।

୧୧ ଦିନରେ ଯୁଦ୍ଧ
ଯୁଦ୍ଧରେ ଗଲାଣି ପ୍ରାୟ ୪ହଜାରରୁ ଅଧିକ ଜୀବନ
୨୯୦୦ ପାଲେଷ୍ଟାଇନବାସୀ, ୧୪୦୦ ଇସ୍ରାଏଲବାସୀଙ୍କ ମୃତ୍ୟୁ
ପ୍ରାୟ ୨ଶହ ଜଣଙ୍କୁ ପଣବନ୍ଦୀ କରିଛି ଇସ୍ରାଏଲ
୧୦ଲକ୍ଷରୁ ଅଧିକ ବିସ୍ଥାପିତ
ଗାଜାରେ ଭୟଙ୍କର ଖାଦ୍ୟଭାବ
୨୪ଘଂଟାରେ ସରିଯିବ ଖାଦ୍ୟ, ପାନୀୟ, ଔଷଧ

ଯୁଦ୍ଧ ଭିତରେ ମଙ୍ଗଳବାର ଇସ୍ରାଏଲ ସେନାକୁ ଆଉ ଏକ ବଡ ସଫଳତା ମିଳିଛି । ଗାଜାରେ ଥିବା ହମାସ ମୁଖ୍ୟାଳୟକୁ ଧ୍ୱଂସ କରିଛି ଇସ୍ରାଏଲ । କେବଳ ସେତିକି ନୁହେଁ ଆତଙ୍କୀ ସଂଗଠନର ପାଣ୍ଠି ପେଣ୍ଠ ସ୍ଥଳକୁ ମଧ୍ୟ ମାଟିରେ ମିଶାଇବାରେ ସଫଳ ହୋଇଛି ଆଇଡିଏଫ । ସେପଟେ ଯୁଦ୍ଧର ୧୧ଦିନରେ ହମାସାର ୭ଜଣ ଟପ କମାଣ୍ଡରଙ୍କୁ ନିପାତ କରିଛି ଇସ୍ରାଏଲ । ଏମାନେ ହେଉଛନ୍ତି ଅଲ୍ଲୀ କାଦ. ମୁଏତାଜ ଇଦ୍, ଜଚାରିଆ ଅବୁ ମହମ୍ମଦ, ଜୋଦ ଅବୁ ସମଲାହ, ବିଲାଲ ଅଲକାଦର, ମୁରାଦ ଅବୁ ମୁରାଦ, ଓସାମା ମଜ୍ଜିନୀ

ଇସ୍ରାଏଲ ବିରୋଧରେ ରଣହୁଙ୍କାର ଦେଇଛନ୍ତି ଇସ୍ରାଏଲ ରାଷ୍ଟ୍ର । ଯୁଦ୍ଧ ଧମକ ଦେଉଥିବା ଲେବାନନ ଓ ଇରାନକୁ ମଧ୍ୟ ଇସ୍ରାଏଲ ପାଲଟା ଜବାବ ଦେଉଛି । ଲେବାନନ ସୀମାରେ ଗୁଳିବର୍ଷଣ କରିବା ସହ ହିଜବୁଲ୍ଲା ଆତଙ୍କୀ ସଂଗଠନ ଉପରେ ଘନ ଘନ ଆକ୍ରମଣ ଚାଲିଛି ।