ଯଦି ………… ମୋ ବାପାଙ୍କୁ ହତ୍ୟା କରିଦେବ । ଏମିତି କହିଲେ ହମାସ କମାଣ୍ଡରର ପୁଅ

121

 

ଯଦି ସ୍ଥିର ହୋଇଥିବା ସମୟସୀମା ଭିତରେ ସବୁ ବନ୍ଧକ ମାନଙ୍କୁ ମୁକ୍ତ ନ କରନ୍ତି ତେବେ ମୋ ପିତାଙ୍କ ସମେତ ହମାସର ସମସ୍ତ ନେତା ମାନଙ୍କୁ ହତ୍ୟା କରିଦେବ ଉଚିତ । ଏପରି ଏକ ବିବାଦୀୟ ବୟାନ ଦେଇଛନ୍ତି ହମାସର ଜଣେ କମାଣ୍ଡରଙ୍କ ପୁଅ ।

ହାମାସର ସହ-ପ୍ରତିଷ୍ଠାତା ଶେଖ ହାସନ ୟୁସୁଫଙ୍କ ପୁତ୍ର ମୋସାବ ହାସନ ୟୁସୁଫ କହିଛନ୍ତି ଯେ ଇସ୍ରାଏଲ ହାମାସକୁ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଏକ ସମୟସୀମା ସ୍ଥିର କରିବା ଉଚିତ । ଯଦି ସେହି ସମୟସୀମା ମଧ୍ୟରେ ବନ୍ଧକମାନଙ୍କୁ ମୁକ୍ତ କରା ନ ଯାଏ, ତେବେ ତାଙ୍କ ପିତାଙ୍କ ସହ ହାମାସର ସର୍ବୋଚ୍ଚ କମାଣ୍ଡରଙ୍କୁ ମଧ୍ୟ ହତ୍ୟା କରାଯିବା ଉଚିତ୍ ।

ମୋସାବ ହାସନ ସୋସିଆଲ ମିଡିଆ ସାଇଟ ଏକ୍ସ (ଟ୍ୱିଟର) ରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ହାମାସ ସହିତ ଇସ୍ରାଏଲ କୌଣସି ପ୍ରକାର ଚୁକ୍ତି କରିବା ଉଚିତ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ହମାସର ନେତାଙ୍କ ହତ୍ୟା ଏବଂ ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବା ହମାସ ପରାଜୟର ଗ୍ୟାରେଣ୍ଟି ଦେବ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ହମାସ୍ ଯେଉଁ ଯୁଦ୍ଧ କରୁଛି ତାହା ମାନବତା ବିରୁଦ୍ଧରେ ଅଟେ ।

ଇସ୍ରାଏଲରୁ ନିଜ ଦେଶର ହତ୍ୟାକାରୀମାନଙ୍କୁ ମୁକ୍ତ କରିବାକୁ ଚାହୁଁଛି ହମାସ୍

୧୦ ମିନିଟର ଏହି ଭିଡିଓରେ ମୋସାବ କହିଛନ୍ତି ଯେ ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବା ବଦଳରେ ହତ୍ୟାକାରୀମାନଙ୍କୁ ମୁକ୍ତ କରା ନଯାଉ। ଏଭଳି ପରିସ୍ଥିତିରେ ନା ଇସ୍ରାଏଲ କିମ୍ବା ମାନବ ସମାଜ କେହି ଏହାକୁ ବରଦାସ୍ତ କରିବେ ନାହିଁ । ମୁକ୍ତ ହେବା ପରେ ସେହି ହତ୍ୟାକାରୀମାନେ ପୁନର୍ବାର ନିରୀହ ଲୋକଙ୍କୁ ହତ୍ୟା କରିବେ ବୋଲି ସେ କହିଛନ୍ତି । ସେମାନଙ୍କର ମୁକ୍ତି ଅର୍ଥ ପୁଣି କେବଳ ନିରୀହ ଲୋକଙ୍କ ମୃତ୍ୟୁ ହେବ ।

ହମାସକୁ ଇସ୍ରାଏଲ ଧ୍ବଂସ କରିଦେବା ଉଚିତ

ଏହା ସହିତ ସେ କହିଛନ୍ତି ଯେ ବନ୍ଧକମାନଙ୍କୁ ମୁକ୍ତ କରିବାର ମିଶନ ଅପେକ୍ଷା ହମାସକୁ ସମ୍ପୂର୍ଣ ଧ୍ବଂସ କରିବା ଅଭିଯାନକୁ ଇସ୍ରାଏଲ ଅଧିକ ପ୍ରାଧାନ୍ୟ ଦେବା ଉଚିତ । ସେ କହିଛନ୍ତି ଯେ ଶିଶୁ, ମହିଳା, ବୃଦ୍ଧ ଏବଂ ଅନ୍ୟ ସାଧାରଣ ନାଗରିକଙ୍କୁ ବଞ୍ଚାଇବା ପାଇଁ ଆଉ କିଛି ଦିନ ପାଇଁ ଅସ୍ତ୍ରବିରତି ଚୁକ୍ତି କରିବାକୁ ପଡିବ । ଅବଶିଷ୍ଟ ବନ୍ଧକମାନେ ହେଉଛନ୍ତି ସୈନିକ, ଯେଉଁମାନଙ୍କୁ ସାଧାରଣ ବନ୍ଦୀମାନଙ୍କ ପରି ବ୍ୟବହାର କରାଯିବା ଉଚିତ୍ । ସେମାନେ ହାମାସର କମାଣ୍ଡର ଇବ୍ରାହିମ ହମିଦ ଏବଂ ଅବଦୁଲ୍ଲା ବରଗୋତିଙ୍କୁ ମୃତ୍ୟୁଦଣ୍ଡ ଦେବା ଉଚିତ୍ ।

‘ମୋ ପିତାଙ୍କ ସମେତ ହମାସର ସମସ୍ତ ଶୀର୍ଷ ନେତାମାନଙ୍କୁ ହତ୍ୟା କର’

ସେ ଆହୁରି ମଧ୍ୟ କହିଛନ୍ତି ଯେ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଇସ୍ରାଏଲ ହାମାସକୁ ଏକ-ଦୁଇ ମାସ କିମ୍ବା ଛଅ ମାସ ସମୟ ଦେବା ଉଚିତ୍ । ଏହି ସମୟ ମଧ୍ୟରେ, ଯଦି ଏହାର ବନ୍ଧକମାନଙ୍କୁ ମୁକ୍ତ କରା ନ ଯାଏ, ତେବେ ଇସ୍ରାଏଲର ଜେଲରେ ରଖାଯାଇଥିବା ହମାସର ବରିଷ୍ଠ ନେତାମାନଙ୍କୁ ଫାଶୀ ଦେଇଦେବା ଉଚିତ୍। ତାଙ୍କ ପିତା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ତାଙ୍କ ପିତାଙ୍କ ବିଷୟରେ ମୋସାବ କହିଛନ୍ତି ଯେ ୧୦-୧୫ ବର୍ଷ ପୂର୍ବେ ସେ ତାଙ୍କ ପିତାଙ୍କ ଜୀବନ ରକ୍ଷା କରି ଏକ ବଡ଼ ଭୁଲ କରିଛନ୍ତି। ସେ ସେହି ସମୟରେ ତାଙ୍କୁ ମରିବାକୁ ଦେବା ଉଚିତ୍ ଥିଲା । ସେ କହିଛନ୍ତି ଯେ ପୂର୍ବ ଅପେକ୍ଷା ପରିସ୍ଥିତି ଏବେ ଆହୁରି ଅଧିକ  ଖରାପ ହୋଇଯାଇଛି ।

୭ ଅକ୍ଟୋବରରେ ହମାସ ଆକ୍ରମଣ କରିଥିଲା

ଆପଣ ସମସ୍ତେ ଜାଣିଥିବେ ଯେ ଗତ ଅକ୍ଟୋବର ୭ ତାରିଖରେ ହମାସ ଜଳ, ସ୍ଥଳ ଓ ଆକାଶ ତିନି ମାର୍ଗାରୂ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରିଥିଲା । ଇସ୍ରାଏଲ ରେ ଏମିତି ନରସଂହାର ଚଳାଇଥିଲା ଯେ ତାହା ଆଗାମୀ ବହୁତ ପିଢି ଯାଏ ଇସ୍ରାଏଲର ମନେ ରହିବ । ଏହି ଆକ୍ରମଣରେ ପ୍ରାୟ ୧୪୦୦ ନାଗରିକଙ୍କ ପ୍ରାଣହାନୀ ଘଟିଥିଲା ଓ ୨୦୦ ଉର୍ଦ୍ଧ ଲୋକଙ୍କୁ ଅପହରଣ କରି ବନ୍ଧକ ହିସାବରେ ନେଇଯାଇଥିଲା । ସେବେଠାରୁ ଇସ୍ରାଏଲ ହମାସ ଶାସିତ ଗାଜା ଉପରେ ଆକ୍ରମଣ କରି ଆସୁଛି । ଏହି ଆକ୍ରମଣରେ ବହୁ ହମାସ ଆତଙ୍କବାଦୀ ଓ କମାଣ୍ଡର ସଫା ହେଇସାରିଲେଣି ।

ବନ୍ଧକ ମୁକ୍ତି ପାଇଁ ହୋଇଛି ଅସ୍ତ୍ରବିରତି

ଆମେରିକା ଓ ଆରବ ଦେଶର ମିଳିତ ପ୍ରାୟସରେ ଦୁଇ ପକ୍ଷ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଏହି ଅସ୍ତ୍ରବିରତି ଚୁକ୍ତି ଅନୁସାରେ ହମାସ କବଳରେ ଥିବା ବନ୍ଧକ ମାନଙ୍କ ବଦଳରେ ଇସ୍ରାଏଲ କିଛିଦିନ ପାଇଁ ଆକ୍ରମଣ ବନ୍ଦ ରହିବ ଓ ଇସ୍ରାଏଲ ଜେଲରେ ବନ୍ଦୀଥିବା କିଛି ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିବ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ମୂଳରୁ ଏହା ସ୍ପଷ୍ଟ କରିଛନ୍ତି ଯେ , ଯେ ପର୍ଯ୍ୟନ୍ତ ହମମାସକୁ ସମ୍ପୂର୍ଣ ରୂପେ ଶେଷ ନହେଇଛି ସେଯାଏ ଏ ଲଢେଇ ଜାରି ରହିବ ।