କେରଳ ରାଲିରେ ହମାସ୍ ନେତା ଖାଲିଦଙ୍କ ନାରା । କହିଲେ ‘ବୁଲଡୋଜର ହିନ୍ଦୁତ୍ୱକୁ ଉପାଡି ପିଙ୍ଗିଦିଅ’ ।

Advertisment
କେରଳ ରାଲିରେ ହମାସ୍ ନେତା ଖାଲିଦଙ୍କ ନାରା । କହିଲେ ‘ବୁଲଡୋଜର ହିନ୍ଦୁତ୍ୱକୁ ଉପାଡି ପିଙ୍ଗିଦିଅ’ ।

କନକ ବ୍ୟୁରୋ: କେରଳ ମଲ୍ଲପୁରମ୍ ଠାରେ ପାଲେଷ୍ଟାଇନ ସମର୍ଥନରେ ବାହାରିଥିବା ରାଲିରେ ହମାସ୍ ନେତା ଖାଲିଦ୍ ମଶେଲଙ୍କ ଭର୍ଚୁଆଲ ନାରାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଶୁକ୍ରବାର ମଲ୍ଲପୁରମରେ ସଲିଡାରିଟି ଯୁବା ଆନ୍ଦୋଳନ ଦ୍ୱାରା ଆୟୋଜିତ ଯୁବା ପ୍ରତିରୋଧ ରାଲିରେ ଖାଲିଦ୍ ଭର୍ଚୁଆଲ ମୋଡରେ ଭାଗ ନେଇଥିଲା । ଏଥିରେ ଖାଲିଦ୍ କହିଛି ‘ବୁଲଡୋଜର ହିନ୍ଦୁତ୍ୱ ଓ ରଙ୍ଗଭେଦୀ ଇହୁଦୀବାଦକୁ ମୂଳରୁ ଉପାଡି ଫଙ୍ଗିଦିଅ’ । ଏହାକୁ କଡା ବିରୋଧ କରିବା ସହ ବିଜେପି କହିଛି ଯେ, ଦେଶରେ ‘ପାଲେଷ୍ଟାଇନ୍ ବଂଚାଅ’ ଆଳରେ ଏକ ଆତଙ୍କବାଦୀ ସଙ୍ଗଠନ ଓ ତା’ର ନେତାଙ୍କୁ ‘ଯୋଦ୍ଧା’ ଭାବେ ରୂପାୟିତ କରି ମହିମାମଣ୍ଡିତ କରାଯାଉଛି, ଯାହା କେବବି ଗ୍ରହଣୀୟ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe