ଗାଜା ଯୁଦ୍ଧରେ ଜାତିସଂଘର ୮୮ କର୍ମଚାରୀ ନିହତ ହୋଇଛନ୍ତି । ଇସ୍ରାଏଲ୍ କହିଛି – ହମାସକୁ ମୂଳପୋଛ ନ କଲା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ
ଏକ ମିଳିତ ବିବୃତ୍ତିରେ ଜାତିସଂଘର ସମସ୍ତ ଏଜେନ୍ସିର ମୁଖ୍ୟମାନେ ଗାଜାରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ଯୁଦ୍ଧବିରତି କରିବାକୁ କହିଛନ୍ତି ଏବଂ ଇସ୍ରାଏଲରୁ ଅପହରଣ ହୋଇଥିବା ସମସ୍ତ ବନ୍ଧକଙ୍କୁ ହମାସ ଖଲାସ କରିବାକୁ ମଧ୍ୟ ଦାବି କରିଛନ୍ତି।

Kanak News is now on WhatsApp
Join and get latest news updates delivered to you via WhatsApp
ମିଳିତ ଜାତିସଂଘ ଏକ ବୟାନରେ କହିଛି ଯେ ଅକ୍ଟୋବର ୭ ରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହାର ପାଲେଷ୍ଟାଇନ ଶରଣାର୍ଥୀ ଏଜେନ୍ସି UNRWA (ମିଳିତ ଜାତିସଂଘ ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ) ର ୮୮ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ମିଳିତ ଜାତିସଂଘର ସମସ୍ତ ପ୍ରମୁଖ ଏଜେନ୍ସିର ମୁଖ୍ୟଙ୍କ ମିଳିତ ବିବୃତ୍ତି ଅନୁଯାୟୀ ଯେ କୌଣସି ଯୁଦ୍ଧରେ ଏହି ବିଶ୍ୱସ୍ତରୀୟ ସଂଗଠନର କର୍ମଚାରୀଙ୍କ ମୃତ୍ୟୁସଂଖ୍ୟା ସର୍ବାଧିକ ଅଟେ ।
ମିଳିତ ବିବୃତ୍ତିରେ ଜାତିସଂଘର ସମସ୍ତ ଏଜେନ୍ସିର ମୁଖ୍ୟମାନେ ଗାଜାରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ଯୁଦ୍ଧବିରତି କରିବାକୁ ଆହ୍ବାନ ଦେଇଛନ୍ତି ଏବଂ ଇସ୍ରାଏଲ ଦ୍ୱାରା ଅପହରଣ ହୋଇଥିବା ସମସ୍ତ ବନ୍ଧକଙ୍କୁ ହମାସ ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି । ବିବୃତ୍ତିରେ କୁହାଯାଇଛି, ‘୩୦ ଦିନ ହେଇ ଗଲାଣି । ବହୁତ ଅଧିକ ହେଇ ସାରିଲାଣି । ଏହି ଯୁଦ୍ଧ ବର୍ତ୍ତମାନ ବନ୍ଦ ହେବା ନିହାତି ଜରୁରୀ ।” ଟାଇମସ ଅଫ ଇସ୍ରାଏଲ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଘୋଷଣା କରିଛନ୍ତି ଯେ “ହମାସ୍ ସମସ୍ତ ବନ୍ଧକଙ୍କୁ ମୁକ୍ତ ନକରିବା ଯାଏ ଇସ୍ରାଏଲ ଯୁଦ୍ଧ ବନ୍ଦ କରିବ ନାହିଁ । ହମାସର ଅନ୍ତ ହେଲାଯାଏ ଯୁଦ୍ଧ ଜାରିରହିବ” : ଇସ୍ରାଏଲ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, “ଆପଣ ଅସ୍ତ୍ରବିରତି ଶବ୍ଦକୁ ଅଭିଧାନରୁ ବାହାର କରିଦିଅନ୍ତୁ । ଆମେ ସେମାନଙ୍କୁ ପରାସ୍ତ ନକରିବା ପର୍ଯ୍ୟନ୍ତ ଆମେ ଏହି ଯୁଦ୍ଧ ଜାରି ରଖିବୁ । ଆମ ପାଖରେ କୌଣସି ବିକଳ୍ପ ନାହିଁ । ‘ଖବର ଅନୁଯାୟୀ, ଗାଜାରେ ହମାସ ଦ୍ଵାରା ୨୪୦ ଇସ୍ରାଏଲ୍ ବନ୍ଧକ ରହିଛନ୍ତି ।
ଏହି ସମୟରେ, ଜାତିସଂଘ ସୁରକ୍ଷା ସୋମବାର ଆଉ ଏକ ଜରୁରୀ ବୈଠକ କରି ଇସ୍ରାଏଲ-ହାମାସ ଯୁଦ୍ଧର ତାଜା ଘଟଣାଚକ୍ର ଉପରେ ଆଲୋଚନା କରିବ। ଇସ୍ରାଏଲ-ହମାସ୍ ଯୁଦ୍ଧ ସଂପର୍କରେ ଆଜି UNSC ର ବୈଠକ ବସିବ ଜାତିସଂଘ ୟୁଏଇ ମିଶନ ତରଫରୁ ଟ୍ଵିଟରରେ ଏକେ ପୋଷ୍ଟ କରି ଲେଖାଯାଇଛି “ଗାଜା ସ୍ଥିତି ବିଗିଡିବାରେ ଲାଗିଛି ଓ ଅଲ-ସିଫା ହସପିଟାଲ ଉପରେ ଆକ୍ରମଣ ତଥା ଜବାଲିଆ ଶରଣାର୍ଥୀ ଶିବିର ଉପରେ ବାରମ୍ବାର ଆକ୍ରମଣକୁ ନଜରରେ ରଖି ୟୁଏଇ ଏବମ ଚୀନ କଲି ଅପରାହ୍ନ ୩ ଘଟିକରେ ଏକ ରୁଦ୍ଧଦ୍ବାର ବୈଠକ ଡାକିଛନ୍ତି । ଏହାପୂର୍ବରୁ ଯୁଦ୍ଧବିରତି ପାଇଁ ଜାତିସଂଘ ତରଫରୁ ଆଗତ ଅନେକ ପ୍ରସ୍ତାବ ଭୋଟ ନ ପାଇବାରୁ ପାରିତ ହୋଇପାରିନାହିଁ ।