କନକ ବ୍ୟୁରୋ : ଇସ୍ରାଏଲ-ହମାସ ଯୁଦ୍ଧକୁ ଉଗ୍ର କରୁଛି ଲେବାନନ ଆତଙ୍କୀ ସଂଗଠନ ହେଜବୁଲ୍ଲା । ଅର୍ନ୍ତଜାତୀୟ ଗଣମାଧ୍ୟମ ନ୍ୟୁୟର୍କ ପୋଷ୍ଟ ଦାବି କରିଛି ହମାସର ବଳ ବଢାଇବାକୁ ଆଗେଇ ଆସିବ ରୁଷର ବିଦ୍ରୋହୀ ସେନା ୱାଗନର । ଯୁଦ୍ଧରେ ଇସ୍ରାଏଲକୁ ମୁହଁତୋଡ଼ ଜବାବ ଦେବାକୁ ହମାସକୁ ସମର୍ଥନ ଦେଉଥିବା ହେଜବୁଲ୍ଲାକୁ ଦେଇପାରେ ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ ।

Advertisment

ସୂଚନା ଅନୁସାରେ ମିସାଇଲ ସିଷ୍ଟମ

ହେଜବୁଲ୍ଲା ସମର୍ଥନରେ ରୁଷ ବିଦ୍ରୋହୀସେନା ‘ୱାଗନର ଗ୍ରୁପ୍’
-‘ଏସଏ-୨୨ ସିଷ୍ଟମ’ ବିମାନ ଆକ୍ରମଣ ପ୍ରତିହିତ ସକ୍ଷମ
-ଶତ୍ରୁଙ୍କୁ ଆଖି ପିଛୁଳାରେ ଆଟିଂ-ଏୟାରକ୍ରାପ୍ଟ ମିସାଇଲ ଚକମା ଦିଏ
-ଋଷର ଅନ୍ୟତମ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଡିଫେନ୍ସ ସିଷ୍ଟମ
-ଆଟି-ଏୟାରକ୍ରାପ୍ଟ ଆର୍ଟିଲରି ୱିପନସ ସିଷ୍ଟମ ‘ପ୍ୟାଂଟସିର-ଏସ-୧’ ନାଁରେ ପରିଚିତ
-ଋୁଷ-ୟୁକ୍ରେନ ଯୁଦ୍ଧରେ ମଧ୍ୟ ବ୍ୟବହାର କରାଯାଉଛି
-ରୁଷ ରାଷ୍ଟ୍ରପତି ପୁଟିନଙ୍କ ଘୋର ବିରୋଧୀ ସଂଗଠନ ଅଟେ ‘ୱାଗନର ଗ୍ରୁପ୍’

ତେବେ ୱାଗନର ଗତିବିଧି ଉପରେ ନଜର ରଖିଛି ଆମେରିକା । ଆମେରିକାର ଜଣେ ସେନାଧିକାରୀ କହିଛନ୍ତି ଯଦିଓ ଏପର୍ଯ୍ୟନ୍ତ ମିସାଇଲ ସିଷ୍ଟମ ଦେବା ନେଇ କୌଣସି ପ୍ରମାଣ ମିଳିନି । ଇସ୍ରାଏଲ-ହମାସ ଯୁଦ୍ଧରେ ହମାସର ଶକ୍ତି ବୃଦ୍ଧି କରୁଛି ଲେବାନନର ଆତଙ୍କୀ ସଂଗଠନ ହେଜବୁଲ୍ଲା । ଇସ୍ରାଏଲ ସେନାକୁ ଟାର୍ଗେଟ କରି ଆକ୍ରମଣ ମଧ୍ୟ କରୁଛି । ଏଭଳି ସ୍ଥିିତିରେ ଯଦି ୱାଗନର ସାଥ ମିଳୁଛି ତେବେ ଆଗକୁ ଯୁଦ୍ଧ ଉଗ୍ର ହେବା ସମ୍ଭାବନା ମଧ୍ୟ ରହିଛି ।

ଯୁଦ୍ଧ ଭିତରେ ଚିନ୍ତା ବଢାଇଛି ଉତରକୋରିଆର ଆଭିମୁଖ୍ୟ । ପାଲେଷ୍ଟାଇନକୁ ସମର୍ଥନ ଜଣାଇ ହମାସକୁ ଉତରକୋରିଆ ବିକିବ ଆଟିଂ ଟ୍ୟାଙ୍କ ରକେଟ ଲଂଚର । କେବଳ ସେତିକି ନୁହେଁ ଇସ୍ରାଏଲକୁ ଜୋରଦାର ବିରୋଧ ଓ ପାଲେଷ୍ଟାଇନକୁ ପୂର୍ଣ୍ଣ ସମର୍ଥନ ପାଇଁ ଉତରକୋରିଆ ଶାସକ କିମ ଜଙ୍ଗ ଉନ ଦେଶବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦାବି କରୁଛି ଉତରକୋରିଆର ପରମ ପ୍ରତିଦ୍ୱନ୍ଦୀ ଦକ୍ଷିଣ କୋରିଆ ।

ଇସ୍ରାଏଲ ବୈଦେଶିକମନ୍ତ୍ରାଳୟ ମୁଖପାତ୍ର ଲିଓର ହାଏତ ଗୁଇନ୍ଦା ସଂସ୍ଥାର ସୂଚନାକୁ ଆଧାର କରି କହଛନ୍ତି ଯେ ନଭେମ୍ବର ୭ରେ ଯୁଦ୍ଧକୁ ପୂରିବ ଏକମାସ । ଏହି ଦିନ ହମାସ ଏକ ବଡ ଆକ୍ରମଣ କରିପାରେ । ଏନେଇ ଇସ୍ରାଏଲ ସେନାକୁ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଆସନ୍ତୁ ନଜର ପକାଇବା ଯୁଦ୍ଧ ଭୂମିର ଅନ୍ୟାନ୍ୟ ସୂଚନା ଉପରେ । ସେପଟେ ଦ୍ୱିତୀୟ ଥର ପାଇଁ ଆମେରିକା ବୈଦେଶିକ ସଚିବ ଇସ୍ରାଏଲରେ ପହଁଚିଛନ୍ତି । ବ୍ଲିକେଂନ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ବୈଠକ ବସିଛି ।