ଇସ୍ରାଏଲ ସେନାର ବଡ ଖୁଲାସା: ଗାଜାର ସବୁଠୁ ବଡ ହସ୍ପିଟାଲ ତଳେ ଅଣ୍ଡରଗ୍ରାଉଣ୍ଡ ଶିବିର କରି ଯୁଦ୍ଧ ପରିଚାଳନା କରୁଛି ହମାସ

264

କନକ ବ୍ୟୁରୋ: ହମାସକୁ ମୂଳପୋଛ କରିବା ପାଇଁ ପ୍ରତିଜ୍ଞା ନେଇଛି ଇସ୍ରାଏଲ । ତେଣୁ ଗାଜାରେ ଅତର୍କିତ ଆକ୍ରମଣ ଜାରି କରିଛି ଇସ୍ରାଏଲ ସେନା । ଏହା ଭିତରେ ଚାଂଚଲ୍ୟକର ଖୁଲ୍ଲାସା କରିଛି ଆଇଡିଏଫ । ଗାଜାର ସବୁଠୁ ବଡ ହସପିଟାଲରେ ତଳେ ରହିଛି ହମାସ ଅଣ୍ଡରଗ୍ରାଉଣ୍ଡ ଆଡ୍ଡା । ଯାହା ଅସ୍ତ୍ରଶସ୍ତ୍ରରେ ଭରପୂର ରହିଛି । ଏନେଇ ଏକ ପ୍ରତିକାତ୍ମକ ଭିଡିଓ ଜାରି କର ସୂଚନା ଦେଇଛି ଇସ୍ରାଏଲ ସେନା । ଆଇଡିଏଫ କହିଛି ଏହା ହମାସା ମୁଖ୍ୟାଳୟ ଓ ଏଠାରୁ ହିଁ ହମାସର ସବୁ ଅପରେସନ ପରିଚାଳିତ କରୁଛି । ଅଲ-ଶିଫା ହେଉଛି ଗାଜାର ସବୁଠୁ ବଡ ହସପିଟାଲ । ସାଧାରଣ ନାଗରିକଙ୍କୁ ଢାଲ କରିଛି ହମାସ । ଆକ୍ରମଣ ଆଶଙ୍କା ଭିତରେ ହସ୍ପିଟାଲକୁ ସବୁଠୁ ଅଧିକ ସୁରକ୍ଷିତ ସ୍ଥାନଭାବେ ବାଛିଛି । ତେଣୁ ହସ୍ପିଟାଲ ତଳେ ଅସ୍ତ୍ରଶସ୍ତ୍ର ଭର୍ତି ଆଡ୍ଡା ନିର୍ମାଣ କରି ଇସ୍ରାଏଲ ସେନାକୁ ଚକମା ଦେବାକୁ ଯୋଜନା କରିଛି ହମାସ । ଯୁଦ୍ଧରେ ବେସାହାର ପ୍ରାୟ ୪୦ହଜାର ଲୋକମାନେ ଏହି ହସ୍ପିଟାଲରେ ଶରଣ ନେଇଛନ୍ତି ।