ଇସ୍ରାଏଲ-ହମାସ୍ ଯୁଦ୍ଧ : ଇସ୍ରାଏଲ୍ ମିଡିଆ ରିପୋର୍ଟ ଅନୁଯାୟୀ ପ୍ରାୟ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିପାରେ ହମାସ ।  ଇଜିପ୍ଟ ଏବଂ ରେଡକ୍ରସର ଅନ୍ତର୍ଜାତୀୟ କମିଟି ଏହି ପ୍ରୟାସରେ ନିୟୋଜିତ ଅଛନ୍ତି ।

Advertisment

ଇସ୍ରାଏଲ ଦାବି କରିଛି ଯେ ବର୍ତ୍ତମାନ ଅତି କମରେ ୨୨୦ ଜଣ ସାଧାରଣ ନାଗରିକ ହମାସ ଦ୍ଵାରା ପଣବନ୍ଦୀ  ଅଛନ୍ତି ।

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ହମାସ ବର୍ତ୍ତମାନ ବନ୍ଧକମାନଙ୍କୁ ମୁକ୍ତ କରିବା ଆରମ୍ଭ କରିଛି । ସୋମବାର ସନ୍ଧ୍ୟାରେ ହମାସ୍ ଦୁଇ ଇସ୍ରାଏଲର  ବୃଦ୍ଧ ମହିଳାଙ୍କୁ ମୁକ୍ତ କରିଛନ୍ତି । ଏହି ମହିଳାମାନଙ୍କୁ ୭  ଅକ୍ଟୋବର ଆକ୍ରମଣରେ ହମାସ୍ ବନ୍ଧକ କରି ନେଇଯାଇଥିଲା । ହମାସ ଉଭୟ ମହିଳାଙ୍କ ମୁକ୍ତି ପଛରେ ମାନବିକ କାରଣ ଦର୍ଶାଇଛି ।  ହମାସ୍ କହିଛନ୍ତି ଯେ ଏହି ଦୁଇ ମହିଳାଙ୍କର ବୟସ ୮୦ ଏବଂ ୮୫ ବର୍ଷ ଏବଂ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି ।

ଏହି ସମୟରେ ମହିଳାମାନେ ସେମାନଙ୍କର ଦୁଃଖ ବିଷୟରେ ବର୍ଣ୍ଣନା କରିବାବେଳେ କହିଥିଲେ ଯେ ସେମାନେ ନର୍କରୁ ଫେରିଲା ପରି ଅନୁଭବ କରୁଛନ୍ତି ।

ଦୁଇ ସପ୍ତାହ ପରେ ମୁକ୍ତ ହେଲେ

ୟୋଚେଭେଡ୍ ଲିଫଚିଜ୍ ନାମକ ୮୫ ବର୍ଷ ବୟସ୍କା ମହିଳାଙ୍କୁ ଦୁଇ ସପ୍ତାହ ପରେ ମୁକ୍ତ କରାଯାଇଛି । ସେ କହିଛନ୍ତି ଯେ ସେ ଅନୁଭବ କରୁଛନ୍ତି ଯେପରି ସେ ନର୍କରୁ ଫେରିଛନ୍ତି । ସେ କହିଥିଲେ ଯେ ଅକ୍ଟୋବର ୭ ରେ ଯେତେବେଳେ ତାଙ୍କୁ ହମାସ ବନ୍ଧକ କରିଥିଲା ​​ସେତେବେଳେ ତାଙ୍କୁ ଅତ୍ୟନ୍ତ ଖରାପ ବ୍ୟବହାର କରାଯାଇଥିଲା । ତେବେ ପରେ ତାଙ୍କୁ ଭଲ ବ୍ୟବହାର ଦେଖେଇଥିଲେ । ଲାଇଫଚିଜ୍ ଏବଂ ତାଙ୍କ ସ୍ୱାମୀଙ୍କୁ ମୋଟରସାଇକେଲରେ ହମାସ ବନ୍ଧୁକଧାରୀମାନେ ଅପହରଣ କରି ନେଇଥିଲେ। ତାଙ୍କୁ ଏକ ଏନଜିଓ କାର୍ଯ୍ୟାଳୟରୁ ଉଠେଇ ନିଆଯାଇଥିଲା ।

କେବଳ ଅଳ୍ପ କିଛି ପୋଷାକ ..

ଲିଫଚିଜ୍ କହିଛନ୍ତି ଯେ ତାଙ୍କୁ ବନ୍ଧକ ରଖାଯାଇଥିଲା ଏବଂ ତାଙ୍କ ପରିବାରକୁ ଦେଖିବାକୁ ଅନୁମତି ଦିଆଯାଇନଥିଲା । ତାଙ୍କୁ ଏକ ଛୋଟ କୋଠରୀରେ ରଖାଯାଇଥିଲା । ଏବଂ ତାଙ୍କୁ କେବଳ କିଛି ପୋଷାକ ପିନ୍ଧିବାକୁ ଦିଆଯାଇଥିଲା ।  ଲିଫଚିଜ୍ କହିଛନ୍ତି ଯେ ସେ ଭୟ କରୁଥିଲେ ଯେ ତାଙ୍କୁ କେବେ ମୁକ୍ତ କରାଯିବ ନାହିଁ । କିନ୍ତୁ ଶେଷରେ ତାଙ୍କୁ ୧୯ ଅକ୍ଟୋବରରେ ମୁକ୍ତ କରାଯାଇଥିଲା । ଲିଫଚିଜ୍ କହିଛନ୍ତି ଯେ ସେ ବର୍ତ୍ତମାନ ପରିବାର ସହ ସମୟ ଅତିବାହିତ କରିବାକୁ ଏବଂ ପୁରୁଣା ଜୀବନକୁ ଫେରିବାକୁ ଅପେକ୍ଷା କରିଛନ୍ତି ।

ଭୂତଳ ଗୁମ୍ଫାକୁ ନିଆଯାଇଥିଲା ।

ଲିଫଜିଜ୍ କହିଛନ୍ତି ଯେ ଗାଜାରେ ପହଞ୍ଚିବା ପରେ ହମାସ ଆତଙ୍କବାଦୀମାନେ ତାଙ୍କୁ ଭୂତଳ ଗୁମ୍ଫାକୁ ନେଇ ଯାଇଥିଲେ । ସେ କହିଛନ୍ତି ଯେ ଏହି ଗୁମ୍ଫାଗୁଡ଼ିକ ଅତ୍ୟନ୍ତ ଜଟିଳ ଏବଂ ବୁଢିଆଣୀ ଜାଲ ପରି ଛନ୍ଦାଛନ୍ଦି ।  ସେ କହିଛନ୍ତି ଯେ ହମାସ ଗାଜାରେ ଭୂମିତଳେ ଏକ ବିଶାଳ ଗୁମ୍ଫା ବ୍ୟବସ୍ଥା ନିର୍ମାଣ କରିଛି । ସେ କହିଥିଲେ ଯେ ମୋତେ ତାହା ଏକ ଦୁଃସ୍ଵପ୍ନ ଭଳି ଲାଗୁଛି । ମୁଁ ଭାବୁଥିଲି ମୁଁ କେବେ ବି ବାହାରକୁ ଯାଇ ପାରିବି ନାହିଁ, କିନ୍ତୁ ପରେ ହମାସ ଆତଙ୍କବାଦୀମାନେ  ଆମକୁ କିଛି ଭଲ ବ୍ୟବହାର କଲେ ଏବଂ ଆମର ସମସ୍ତ ଆବଶ୍ୟକତା ଯୋଗାଇଦେଲେ ।

୨୨୦ ସାଧାରଣ ନାଗରିକ ହମାସ ଦ୍ୱାରା ବନ୍ଦୀ ହୋଇଥିଲେ

ଏହି ସମୟରେ ଇସ୍ରାଏଲ୍ ମିଡିଆ ରିପୋର୍ଟ ଅନୁଯାୟୀ, ହମାସ୍ ପ୍ରାୟ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିପାରେ । ଇଜିପ୍ଟ ଏବଂ ରେଡକ୍ରସର ଅନ୍ତର୍ଜାତୀୟ କମିଟି ଏହି ପ୍ରୟାସରେ ନିୟୋଜିତ ଅଛନ୍ତି । ଇସ୍ରାଏଲ ଦାବି କରିଛି ଯେ ବର୍ତ୍ତମାନ ଅତି କମରେ ୨୨୦ ସାଧାରଣ ନାଗରିକ ହମାସ କବଳରେ ବନ୍ଦୀ ଅଛନ୍ତି । ବର୍ତ୍ତମାନ ଏହି ଦୁଇ ବୃଦ୍ଧ ମହିଳାଙ୍କୁ ମୁକ୍ତ କରିବା ପଛରେ ହାମାସ ମାନବିକ କାରଣ ଦର୍ଶାଇଛି । ଏହାପୂର୍ବରୁ ହମାସ ଆମେରିକୀୟ ମହିଳା ଜୁଡିଥ ଏବଂ ତାଙ୍କ ଝିଅ ନାଟାଲୀ ରାନନଙ୍କୁ ମୁକ୍ତ କରିଥିଲା ।