ଇସ୍ରାଏଲ୍- ହମାସ୍,  ଯୁଦ୍ଧ : ହମାସ୍ ଏବଂ ହିଜବୁଲ୍ଲା ସହିତ ଲଢୁଥିବା ଇସ୍ରାଏଲ୍ ସେନାକୁ ଏବେ ୟେମେନର ହୁତି ବିଦ୍ରୋହୀମାନଙ୍କର ସାମନା କରିବାକୁ ପଡୁଛି ।  ବର୍ତ୍ତମାନ ହୁତି ବିଦ୍ରୋହୀଙ୍କ ଦ୍ୱାରା ଇସ୍ରାଏଲ ଉପରେ  ଆକ୍ରମଣ କରାଯାଉଛି । ଏଭଳି ପରିସ୍ଥିତି ଇସ୍ରାଏଲ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ।

Advertisment

ୟେମେନର ହୁତି ବିଦ୍ରୋହୀମାନେ ସାନାରୁ ଇସ୍ରାଏଲକୁ ଟାର୍ଗେଟ କରିଛନ୍ତି ।

ହାମାସ, ହିଜବୁଲ୍ଲା ଏବଂ ହୁତି ଏହି ତିନି ଗୃପ ଏବେ ସ୍ରାଏଲ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି ।

ଇସ୍ରାଏଲ ଏବେ ହାମାସ ଏବଂ ହିଜବୁଲ୍ଲା ସହିତ ଲଢୁଥିବା ବେଳେ ୟେମେନର ହୁତି ବିଦ୍ରୋହୀମାନେ ମଧ୍ୟ ଏହା ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ହାମାସ୍, ହିଜବୁଲ୍ଲାଏବଂ ହୁତି ଯାହାକୁ ଟ୍ରିପଲ୍ 'H' କୁହାଯାଉଛି । ଏହି ଟ୍ରିପଲ୍ 'H' ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସୋମବାର ଦିନ ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଦକ୍ଷିଣ ଇସ୍ରାଏଲ ବିରୁଦ୍ଧରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି । ଏହା ସହିତ ହୁତି ବିଦ୍ରୋହୀମାନେ ମଧ୍ୟ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଗାଜାରେ ହାମାସର ଠିକଣା ସବୁକୁ ଧ୍ୱଂସ କରିବାରେ ନିୟୋଜିତ ଇସ୍ରାଏଲ୍ ସୈନ୍ୟବାହିନୀକୁ ଲେବାନନର ହିଜବୁଲ୍ଲା ସହ ମୁକାବିଲା କରିବାକୁ ପଡ଼ୁଥିବାବେଳେ ଏବ ସେମାନଙ୍କୁ  ହୁତି ବିଦ୍ରୋହୀ ମାନଙ୍କ ସହିତ ମଧ୍ୟ ଲଢିବାକୁ ପଡ଼ିବ । ଏହା ସେମାନଙ୍କ ପାଇଁ ଏକ ନୂତନ ଆହ୍ବାନ ସୃଷ୍ଟି କରିଛି ।

ସାନାରୁ ଟାର୍ଗେଟ କରିଛନ୍ତି

ୟେମେନର ହୁତି ବିଦ୍ରୋହୀମାନେ ୟେମେନର ରାଜଧାନୀ ସାନାରୁ ଇସ୍ରାଏଲକୁ ଟାର୍ଗେଟ କରିଛନ୍ତି । ହୁତି ବିଦ୍ରୋହୀମାନେ ୧୫୦୦  କିଲୋମିଟର ଦୂରରୁ  ଇସ୍ରାଏଲ୍-ହାମାସ ଯୁଦ୍ଧରେ ପ୍ରବେଶ କରିଛନ୍ତି । ସାଉଦି ଆରବ ଆଠ ବର୍ଷ ଧରି ଏହି ହୁତି ବିଦ୍ରୋହୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଆସୁଛି । ପାଲେଷ୍ଟାଇନୀୟମାନଙ୍କ ପକ୍ଷରୁ ହୁତି ବିଦ୍ରୋହୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି । ଆଠ ବର୍ଷ ଧରି ସୁପ୍ତ ଅବସ୍ତରେ ଥିବା ଏହି ବିଦ୍ରୋହୀ ମାନଙ୍କୁ ଏବେ ଏକ ମୌକା  ମିଲିଯାଇଛି ।  ଟାଇମ୍ସ ଅଫ୍ ଇସ୍ରାଏଲ୍ ରିପୋର୍ଟ ପକ୍ଷରୁ କୁହାଯାଇଛି ଯେ ଏହି ଆକ୍ରମଣରେ ଡ୍ରୋନ୍ ସହିତ ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇ ଥିଲା । ସଂଗଠନ  ମୁଖପାତ୍ର ୟାହିଆ ସାରିଆ କହିଛନ୍ତି ଯେ ୟେମେନର ଲୋକଙ୍କ ଚାହିଦା ଅନୁଯାୟୀ ଏହି ଅପରେସନ୍ କରାଯାଇଛି ।