କନକ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ଚରମପନ୍ଥୀ ସଙ୍ଗଠନ ହମାସ୍ ମଧ୍ୟରେ ଲଢେଇରେ ଉଭୟ ପକ୍ଷର ପାଖାପାଖି ୪୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଗାଜା ପଟ୍ଟିର ଅଧକାଂଶ ଇଲାକା ଶ୍ମଶାନ ଭଳି ହୋଇଗଲାଣି । ଏହି ସମୟରେ ଏକ ଚେତାବନୀପୂର୍ଣ୍ଣ ଭିଡିଓ ଜାରି କରିଛି ହମାସ୍ ମୁଖ୍ୟ କମାଣ୍ଡର ମହମ୍ମଦ ଅଲ ଜହିର୍ ।

Advertisment

୨୦୨୨ ଡିସେମ୍ବରରେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଦ୍ୱାରା ଅନୁବାଦିତ ଓ ପ୍ରକାଶିତ ଭିଡିଓରେ ଅଲ୍ ଜହିର କହିଥିଲା ଯେ, ‘ ଇସ୍ରାଏଲ କେବଳ ପ୍ରଥମ ଲକ୍ଷ୍ୟ । ପୁରା ବିଶ୍ୱ ଉପରେ ହମାସର ରାଜୁତି ହେବ । ପୃଥିବୀର ସମ୍ପୂର୍ଣ୍ଣ ୫୧୦ ମିଲିୟନ୍ ବର୍ଗ କିଲୋମିଟର କ୍ଷେତ୍ରର ଆମ ଆଇନ ଅନ୍ତର୍ଗତ ହେବ, ଯେଉଁଠାରେ ଆଉ କୌଣସି ଅନ୍ୟାୟ ହେବ ନାହିଁ, କୌଣସି ଉତ୍ପୀଡନ ହେବ ନାହିଁ କି କୌଣସି ହତ୍ୟା ଓ ଅପରାଧ ହେବ ନାହିଁ । ଯେଭଳି ଅନ୍ୟ ଆରବ ଦେଶମାନ ଯେପରି ଲେବାନନ୍, ସିରିଆରେ ପାଲେଷ୍ଟାଇନ ଓ ଇରାନ ନାଗରିକଙ୍କୁ ହଇରାଣ କରାଯାଉଛି ତାହା ଆଉ ହେବ ନାହିଁଁ । ଅଲ ଜହିରର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।