କନକ ବ୍ୟୁରୋ : ଇରାନରେ ହମାସ ମୁଖ୍ୟ ଇସମାଇଲ ହାନିୟାକୁ ହତ୍ୟା । ଦୀର୍ଘଦିନ ପ୍ରତିଶୋଧ ନେଇଛି ଇସ୍ରାଏଲ । ଇରାନର ନୂଆ ରାଷ୍ଟ୍ରପତି ଶପଥ ସମାରୋହରୁ ଫେରିବା ତେହେରାନରେ ଥିବା ବାସଭବନରେ ପହଁଚିଥିଲେ ହମାସ ମୁଖ୍ୟ ଓ ସେଠାରେ ହିଁ ତାଙ୍କୁ ମିସାଇଲ ମାଡ କରି ହତ୍ୟା କରାଯାଇଥିବା କହିଛି ଇରାନ ଇସଲାମିକ ରିଭୋଲ୍ୟୁସାନାରି ଗାର୍ଡ କପର୍ସ । କୁହାଯାଉଛି ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପ୍ରତିଶୋଧ ନେଇଛି ଇସ୍ରାଏଲ । ୨୦୨୩ରେ ହମାସା ମିସାଇଲ ଓ ରକେଟ ମାଡରେ ଥରିଉଠିଥିଲା ଇସ୍ରାଏଲ । ଯେଉଁଥିରେ ହଜାର ସଂଖ୍ୟକ ଲୋକ ମୃତ୍ୟୁବରଣ କରିଥିଲେ ।ଏହା ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା ସହ ଚାଲିଛି ଯୁଦ୍ଧ ।

Advertisment

ସେପଟେ ମୁଖିଆଙ୍କ ମୃତ୍ୟୁ ପରେ ରକ୍ତମୁଖା ହୋଇପଡିଛି ହମାସ । ଆତଙ୍କୀ ସଗଂଠନ ଇସ୍ରାଏଲକୁ ଖୋଲା ଧମକ ଦେଇଛି । ହାନିୟାଙ୍କ ମୃତ୍ୟୁର ଜବାବ ଦିଆଯିବ ଓ ତାଙ୍କ ବଳିଦାନ ବୃଥା ଯିବନି । ପ୍ରସ୍ତୁତ ରୁହ ଇସ୍ରାଏଲ । ଅନ୍ୟପଟେ ଇସ୍ରାଏଲ ସପକ୍ଷରେ ବାହାରିଛି ଆମେରିକା । ଯଦି ହମାସ ଇସ୍ରାଏଲ ଉପରେ ଆକ୍ରମଣ ପରେ ତେବେ ଏହାର କଡ଼ା ଜବାବ ଦିଆଯିବ ବୋଲି କହିଛି ଆମେରିକା ।ସେପଟେ ହାନିୟାଙ୍କ ହତ୍ୟାକୁ ନିନ୍ଦା ସହ ବିରୋଧ କରିଛନ୍ତି ରୁଷ, ଚୀନ, ତୁର୍କୀ, ଇରାନ, କତର । ସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ ସରକାର ଜରୁରୀ ସୁରକ୍ଷା ସ୍ଥିତି ସମୀକ୍ଷା ବୈଠକ କରୁଛନ୍ତି ।