ଇସ୍ରାଏଲର ଦ୍ରୁଭୟଙ୍କର ଆକ୍ରମଣରେ ହମାସ ଭୟଭୀତ ହୋଇ ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି । ତେବେ ସେ କହିଛି ଯେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବା ଉଚିତ୍ ।

Advertisment

ଇସ୍ରାଏଲ-ହମାସ ଯୁଦ୍ଧ: ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ମଧ୍ୟରେ ଏକ ବଡ଼ ଖବର ଆସୁଛି । ମିଳିଥିବା ଖବର ଅନୁଯାୟୀ ଜଣାପଡୁଛି ଯେ ଇସ୍ରାଏଲର ଜୋରଦାର ଆକ୍ରମଣରେ ହମାସ ଭୟଭୀତ ହୋଇ ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି । ତେବେ ଏହା କୁହାଯାଇଛି ଯେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବା ଉଚିତ୍ । ଇରାନ କହିଛି ଯେ ଯଦି ଇସ୍ରାଏଲ ଆକ୍ରମଣ ବନ୍ଦ କରେ ତେବେ ବନ୍ଧକମାନଙ୍କୁ ମୁକ୍ତ କରାଯିବ ।
ଇରାନ ଦାବି କରିଛି ଯେ ...ସୂତ୍ର ଅନୁଯାୟୀ ଇରାନ ଦାବି କରିଛି ଯେ ଯଦି ଇସ୍ରାଏଲ୍ ଗାଜାରେ ଏୟାର ଷ୍ଟ୍ରାଇକ୍ ବନ୍ଦ କରେ ତେବେ ହମାସ୍ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ଅଛି । ଇରାନର ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲ୍ ସେନା ହମାସ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଏକ ବଡ଼ ଭୟଙ୍କର ଅଭିଯାନ ଆରମ୍ଭ କରିଛି । ଏହାର ଶହ ଶହ ଟ୍ୟାଙ୍କ ଗାଜା ନିକଟରେ ପ୍ରସ୍ତୁତ ହେଇ ରହିଛି । ଏବଂ ଲଗାତାର ଗୋଳା ବର୍ଷା କରୁଛି । ଏହା ହାମାସ ଆତଙ୍କବାଦୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ବର୍ତ୍ତମାନ ଏହି ଭୟ ହେତୁ ହମାସ ତରଫରୁ କୁହାଯାଇଛି ଯେ ସେମାନେ ବନ୍ଧକ ମାନଙ୍କୁ ମୁକ୍ତ କରିବାକୁ ରାଜି ଅଛନ୍ତି । ଇସ୍ରାଏଲ ଗାଜା ଉପରେ ଆକ୍ରମଣ ବନ୍ଦ କରୁ ।

୧୯୯ ଲୋକଙ୍କୁ ବନ୍ଧକ ରଖିଛନ୍ତି

publive-image

ଇସ୍ରାଏଲ୍ ସେନା ଦ୍ଵାରା ଏହା କୁହାଯାଇଛି ଯେ ହାମାସ ଏବଂ ଅନ୍ୟ ପାଲେଷ୍ଟାଇନ ଆତଙ୍କବାଦୀମାନେ ଗାଜାରେ ୧୯୯  ଜଣଙ୍କୁ ବନ୍ଧକ ରଖିଛନ୍ତି ଏବଂ ଏହି ସଂଖ୍ୟା ପୂର୍ବ ଆକଳନଠାରୁ ଅଧିକ । ସାମରିକ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହାଗରୀ ସୋମବାର କହିଛନ୍ତି ଯେ ବନ୍ଧକମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ଏହି ବନ୍ଧକ ମାନଙ୍କ ମଧ୍ୟରେ କେତେ ବିଦେଶୀ ନାଗରିକ ଅଛନ୍ତି ତାହା ସେ ସ୍ପଷ୍ଟ କରି ନାହାଁନ୍ତି।

ଗୁପ୍ତ ସ୍ଥାନରେ ରଖାଯାଇଛି

ସେବେଠାରୁ ବିଶ୍ୱାସ କରାଯାଉଥିଲା ଯେ ଗାଜାକୁ ଶାସନ କରୁଥିବା ହମାସ ଆତଙ୍କବାଦୀ ଗୋଷ୍ଠୀ ଦ୍ଵାରା ଇସ୍ରାଏଲ୍ ଲୋକଙ୍କୁ ବନ୍ଧକ ରଖାଯାଇଛି । ଏହି ବନ୍ଧକମାନଙ୍କୁ ଗାଜାର ଗୁପ୍ତ ସ୍ଥାନରେ ରଖାଯାଇଛି। ଏହି ବନ୍ଧକ ମାନଙ୍କ ମଧ୍ୟରେ ମହିଳା, ଶିଶୁ ଏବଂ ବୃଦ୍ଧ ବ୍ୟକ୍ତି ଅନ୍ତର୍ଭୁକ୍ତ । ପାଲେଷ୍ଟାଇନ ମହିଳା ଏବଂ ଇସ୍ରାଏଲରେ ବନ୍ଦୀ ଥିବା ଅନ୍ୟ ଲୋକଙ୍କ ବଦଳରେ ହାମାସ୍ ବନ୍ଧକ ମଧ୍ୟରେ ମହିଳା ଏବଂ ଶିଶୁଙ୍କୁ ମୁକ୍ତ କରିପାରନ୍ତି ବୋଲି ଏକ ସମ୍ଭାବନା ଥିଲା । ବର୍ତ୍ତମାନ ଇରାନ ଏକ ବିବୃତ୍ତି ଦେଇଛି ଯେ ହମାସ୍ ବନ୍ଧକମାନଙ୍କୁ ବିନା ସର୍ତ୍ତରେ ମୁକ୍ତ କରିବାକୁ ପ୍ରସ୍ତୁତ ଅଛି ।