କନକ ବ୍ୟୁରୋ : ବୟସ ମାତ୍ର ୯ମାସ । କୁନି ଛୁଆଟିଏ । କଅଁଳ ବୟସରେ ସେ ବା କଣ ଜାଣିବ ଇସ୍ରାଏଲ ବାସିନ୍ଦା କିଏ, ପାଲେଷ୍ଟାଇନ୍ ବାସିନ୍ଦା କିଏ । କିନ୍ତୁ ଆତଙ୍କୀ ସଂଗଠନ ହମାସ ପାଇଁ ଏହି କୁନି ଛୁଆର ପରିଚୟ ରହିଛି । ଆତଙ୍କୀଙ୍କ ପାଇଁ ଏହି କୁନି ଛୁଆଟି ହେଉଛି ଜଣେ ଇସ୍ରାଇଲି । ଆଉ ତାଙ୍କ ପାଇଁ କୁନି ଛୁଆଟି ହେଉଛି ଶତ୍ରୁ । ସେଥିପାଇଁ ଏହି ନିଷ୍ପାପ କୁନି ଛୁଆକୁ ବି ଛାଡିନାହାନ୍ତି ହମାସ ଆତଙ୍କବାଦୀ ।

Advertisment

ହମାସ କବଜାରେ ଏବେ ୨୪୦ଜଣ ଇସ୍ରଏଲ ବାସିନ୍ଦା ରହିଛନ୍ତି । ସେମାନଙ୍କ ମଧ୍ୟରେ କ୍ୟାଫିର୍ ନାମକ ଜଣେ ୯ମାସର କୁନି ପିଲାଟି ରହିଛି । ଇସ୍ରାଏଲର କିବୁଜରେ ମାଆ ବାପା ଓ ୪ବର୍ଷର ଭାଇ ସହିତ ରହୁଥିଲା କ୍ୟାଫିର୍ । କିନ୍ତୁ ୭ ଅକ୍ଟୋବରରେ ସବୁକିଛି ବିଗିଡିଗଲା । ହମାସ ଆତଙ୍କବାଦୀ କ୍ୟାଫିର୍ ତାଙ୍କର ୪ବର୍ଷର ଭାଇ ଏବଂ ବାପା ମାଆଙ୍କୁ ଅପହରଣ କରିନେଇଛନ୍ତି । ବର୍ତ୍ତମାନ ୨୪୦ଜଣ ଇସ୍ରାଏଲ ବାସିନ୍ଦା ହମାସ କବଜାରେ ରହିଛନ୍ତି । ସେଥିମଧ୍ୟରେ ୩୨ଜଣ ପିଲା ରହିଛନ୍ତି । ଆଉ କ୍ୟାଫିର୍ ସବୁଠୁ କମ୍ ବୟଷ୍କ ରହିଛି ।

ସେପଟେ କ୍ୟାଫିରଙ୍କ ଜେଜେବାପା ତାଙ୍କ ପୁଅ ବୋହୂ ଓ ନାତିଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ସେ କହିଛନ୍ତି, ମୁଁ ଆଶା କରୁଛି ଦିନେ ହମାସ ଆତଙ୍କବାଦୀ ସମସ୍ତ ଲୋକଙ୍କୁ ଛାଡିଦେବେ । ଆଉ ମୋ ପରିବାର ପୁଣି ମୋ ପାକକୁ ଫେରିଆସିବ ।