ଇଞ୍ଜିନିୟରିଂ ଛାତଛାତ୍ରୀଙ୍କ ପାଇଁ ବଡ ଖବର । ଏଆଇସିଟିଇ ଅଧ୍ୟକ୍ଷଙ୍କ ବୟାନ, ଚାକିରି ସୁଯୋଗ ଥିବା ବିଷୟ ଉପରେ ଦିଆଯିବ ଗୁରୁତ୍ୱ, ଅଷ୍ଟମ ସେମିଷ୍ଟରରୁ ଇଂଟର୍ଣ୍ଣସିପ୍ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ ।

677

କନକ ବ୍ୟୁରୋ : କେବଳ ରାଜ୍ୟରୁ ନୁହେଁ ବରଂ ଦେଶରୁ ଇଂଜିନିୟରିଂ ଶିକ୍ଷାରୁ ମୁହଁ ମୋଡି ଦେଇଛନ୍ତି ଛାତ୍ରଛାତ୍ରୀ । ଦେଶରେ ମୋଟ ୧୪ ଲକ୍ଷ ସିଟ ମଧ୍ୟରୁ ପ୍ରାୟ ୭ରୁ ୮ଲକ୍ଷ ସିଟ ଫାଙ୍କା ପଡୁଛି । ଏକଥାକୁ ମାନିଛନ୍ତି ଏଆଇସିଟିଇର ଅଧ୍ୟକ୍ଷ ଅନୀଲ ଡି ସହସ୍ରବୁଧେ । ଏହା ଆମ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଏହାକୁ ଆମେ ସୁଯୋଗ ଭାବେ ନେଉଛୁ ବୋଲି କହିଛନ୍ତି ସହସ୍ରବୁଦେ୍ଧ ।

ଏହାଛଡା ଫାଙ୍କା ପଡୁଥିବା ସିଟକୁ କୌଶଳ ବିକାଶ କ୍ଷେତ୍ରରେ ପ୍ରୟୋଗ କରିବାସହ ଛାତ୍ରଛାତ୍ରୀଙ୍କ ପାଠପଢା ଓ ଚାକିରୀ ମିଳିବା କ୍ଷେତ୍ରରେ ନୂତନ ପଦକ୍ଷେପ ନିଆଯାଉଛି । ଅଧ୍ୟାପକଙ୍କୁ ଟ୍ରେନିଂ, ପ୍ରତିବର୍ଷ ସିଲାବସରେ ପରିବର୍ତନ । କ୍ରେଡିଟ ପଏଂଟ ୨୦୦ରୁ ୧୬୦ ପଏଂଟ କମାଯାଇଛି ବୋଲି କହିଛନ୍ତି ଅନୀଲ । ଏପରିକି ଛାତ୍ରଛାତ୍ରୀ ପାଠ ପଢିବା ପରେ ଯେପରି ବେକାରୀ ହୋଇ ନ ବୁଲିବେ ସେଥିପାଇଁ ଅଷ୍ଟମ ସେମିଷ୍ଟରରେ ଛାତ୍ରଛାତ୍ରୀଙ୍କୁ ଇଂଟର୍ଣ୍ଣସିପ କରିବା ପାଇଁ ସୁଯୋଗ ଦିଆଯିବ । ଚାକିରୀ ସୁଯୋଗ ଥିବା ବିଷୟ ଉପରେ ଗୁରୁତ୍ୱାରୋପ ଓ ନୂତନ ବିଷୟକୁ ସାମିଲ କରାଯିବ । କେବଳ ପୁସ୍ତକଭିତିକ ଶିକ୍ଷାରେ ମନୋନିବେଶ ନକରି ବାହ୍ୟ କ୍ଷେତ୍ରରୁ ଶିକ୍ଷା ଲାଭ କରିବା ଆଦି ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ସେହିଭଳି ବିପିୟୁଟି ମଧ୍ୟ ଏଆଇସିଟିଇର ନୂତନ ପଦକ୍ଷେପକୁ ଆପଣାଇଛି । କାରଣ ରାଜ୍ୟରେ ମଧ୍ୟ ବିଗତ କିଛି ବର୍ଷ ହେଲା ପ୍ରାୟ ୫୦ ପ୍ରତିଶତ ଇଂଜିନିୟରିଂ ସିଟ ଫାଙ୍କା ପଡିଛି । ନିଯୁକ୍ତିର ସେମିତି ସୁଯୋଗ ନଥିବାରୁ ଛାତ୍ରଛାତ୍ରୀ ମାନେ ଇଞ୍ଜିନିୟରିଂ ଶିକ୍ଷାରୁ ମୁହଁ ଫେରାଇ ନେଉଥିବା ଜଣାପଡିଛି ।