କନକ ବ୍ୟୁରୋ : ଆମ ଦେଶରେ ଗରିବ ଆହୁରି ଗରିବ ହେଉଛି ଏବଂ ଧନୀ ଆହୁରି ଧନୀ ହେଉଛି । ଦୁନିଆରେ ଏପରି ଅସମାନତା ସର୍ବାଧିକ ରହିଛି ଭାରତରେ । ୱାର୍ଲଡ ଇନଇକ୍ୱାଲିଟି ରିପୋର୍ଟ ୨୦୨୨ରେ ଏହି ତଥ୍ୟ ଜାରି କରାଯାଇଛି । ଦେଶରେ ଧନୀ ଏବଂ ଗରିବର ଆୟ ମଧ୍ୟରେ ଆକାଶ ପାତାଳ ଫରକ ରହିଛିା ଏହି ରିପୋର୍ଟ ଅନୁଯାୟୀ ଭାରତର ..

Advertisment

- ଶ୍ରେଷ୍ଠ ୧୦ ପ୍ରତିଶତ ଧନୀଙ୍କ ଆୟ ଦେଶର ମୋଟ୍ ସମ୍ପତିର ୫୭ ପ୍ରତିଶତ
- ୧ ପ୍ରତିଶତ ଧନୀଙ୍କ ମୋଟ୍ ସମ୍ପତି ଦେଶର ମୋଟ୍ ସମ୍ପତିର ୨୨ ପ୍ରତିଶତ
- ତଳ ଆଡୁ ୫୦ ପ୍ରତିଶତ ଲୋକଙ୍କ ପାଖରେ ମୋଟ୍ ସମ୍ପତି ମାତ୍ର ୧୩ ପ୍ରତିଶତ
- ଦେଶର ପ୍ରାପ୍ତ ବୟସ୍କଙ୍କ ହାରାହାରି ଆୟ ୨ ଲକ୍ଷ ୪ ହଜାର ୨୦୦ ଟଙ୍କା
- ତଳ ଆଡୁ ୫୦ ପ୍ରତିଶତ ଲୋକଙ୍କ ହାରାହାରି ଆୟ ୫୩ ହଜାର ୬୧୦ ଟଙ୍କା
- ଶ୍ରେଷ୍ଠ ୧୦ ଧନୀ ଯୁବକଙ୍କ ହାରାହାରି ଆୟ ୧୧ ଲକ୍ଷ ୬୬ ହଜାର ୫୨୦ ଟଙ୍କା
- ଦେଶରେ ହାରାହାରି ପରିବାରର ସମ୍ପତି ୯ ଲକ୍ଷ ୮୩ ହଜାର ୧୦ ଟଙ୍କା
- ତଳ ସ୍ତରରେ ଥିବା ୫୦ ପ୍ରତିଶତ ଲୋକଙ୍କ ପାଖରେ ହାରାହାରି ସମ୍ପତି ମାତ୍ର ୬୬ ହଜାର ୨୮୦
- ମଧ୍ୟବିତ ଶ୍ରେଣୀଙ୍କ ହାରାହାରି ସଂପତି ୭ ଲକ୍ଷ ୨୩ ହଜାର ୯୩୦ ଟଙ୍କା
- ଦେଶର ଶ୍ରେଷ୍ଠ ୧୦ ପ୍ରତିଶତ ଧନୀ ଲୋକଙ୍କ ସମ୍ପତି ୬୫ ପ୍ରତିଶତ
- ଶୀର୍ଷ ସ୍ଥାନରେ ଥିବା ୧୦ ପ୍ରତିଶତ ଲୋକଙ୍କ ହାରାହାରି ସମ୍ପତି ୬୩ ଲକ୍ଷ ୫ ହଜାର ୭୦ ଟଙ୍କା
- ମୋଟ୍ ସମ୍ପତିରେ ୩୩ ପ୍ରତିଶତ ଅଂଶଧନ ରଖଛନ୍ତି ୧ ପ୍ରତିଶତ ଧନୀ