ଆସିବ ‘ଜଳ ପ୍ରଳୟ’ ! ୨୦୩୦ ବେଳକୁ ଅଧା ବୁଡିଯିବ ଏହି ସହର

Advertisment
ଆସିବ ‘ଜଳ ପ୍ରଳୟ’ ! ୨୦୩୦ ବେଳକୁ ଅଧା ବୁଡିଯିବ ଏହି ସହର

୨୦୩୦ ବେଳକୁ ସମୁଦ୍ର ଜୁଆରରେ ଅଧା ବୁଡିଯିବ ବ୍ୟାଙ୍କକ ସହର । ପାଣିପାଗ ସହ ଜଡିତ ଏଭଳି ଏକ ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଆଗାମୀ ଏକ ଦଶକ ମଧ୍ୟରେ ଆଂଶିକ ଭାବେ ବୁଡିଯିବ ବ୍ୟାଙ୍କକ ସହର । ତାପମାତ୍ରାରେ ବୃଦ୍ଧି, ପାଣିପାଗରେ ପରିବର୍ତ୍ତନ ହେତୁ ଧୀରେ ଧୀରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଗଲାଣି। ବ୍ୟାଙ୍କକ ସମୁଦ୍ରତଟରୁ ପାଖାପାଖି ଦେଢ଼ ମିଟର ଅର୍ଥାତ୍ ପାଞ୍ଚ ଫୁଟ ଉଚ୍ଚରେ ରହିଛି। ଏହି କାରଣରୁ ସମୁଦ୍ର ଜଳସ୍ତର ବଢ଼ିଲେ ଏହି ସହରକୁ ଅଧିକ ବିପଦ ରହିଛି ବୋଲି କୁହାଯାଉଛି। ଏହା ବ୍ୟବତୀତ ଜକାର୍ତା ଓ ମନିଲା ଭଳି ଦକ୍ଷିଣ ଏସିଆର ସହରେ ଉପରେ ବି ବିପଦ ସଙ୍କେତ ଦେଖା ଦେଉଛି।

publive-imageଗ୍ରୀନପିସ୍ର ତାରା ବୁଆକାମସରି ମୁତାବିକ, ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଭାରି ବର୍ଷା ଓ ଜଳବାୟୁରେ ପରିବର୍ତ୍ତନ ହେତୁ ୨୦୩୦ ସୁଦ୍ଧା ବ୍ୟାଙ୍କକର ପାଖାପାଖି ୪୦ ପ୍ରତିଶତ ସ୍ଥାନ ଜଳମଗ୍ନ ରହିବ। ବର୍ତ୍ତମାନ ଏହାର ରାଜଧାନୀ ପ୍ରତ୍ୟେକ ବର୍ଷ ଏକରୁ ଦୁଇ ସେଣ୍ଟିମିଟର ବୁଡି ଯାଉଛି ଓ ନିକଟ ଭବିଷ୍ୟତରେ ଭୀଷଣ ବନ୍ୟାର ଆଶଙ୍କା ବି ରହିଥିବା ସୂଚନା ମିଳିଛି। ତେଣୁ ଜଳବାୟୁ ପରିବର୍ତ୍ତନର ଅଧିକ ପ୍ରଭାବ ବ୍ୟାଙ୍କକ ଉପରେ ପଡିବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe