କନକ ବ୍ୟୁରୋ : ସାରା ବିଶ୍ୱରେ ଆମେ ଅନେକ ସମୟରେ କିଛି ଅଜବ ଜୀବଜନ୍ତୁଙ୍କୁ ଦେଖିବାକୁ ପାଇଥାଉ । ହେଲେ ଏବେ ଆମେ ଯେଉଁ ଜୀବ କଥା କହବାକୁ ଯାଉଛୁ ବୋଧହୁଏ ତାହା ଆପଣ ପ୍ରଥମଥର ଓ କେବଳ ଗୋଟିଏ ସ୍ଥାନରେ ଦେଖିବାକୁ ପାଇବେ ।ଏଭଳି କିଛି ଜୀବ ବାସ୍ତବରେ ଦୁନିଆରେ ଅଛନ୍ତି କି ନାହାଁନ୍ତି ତାହା ତଦନ୍ତ ସାପେକ୍ଷ । ହେଲେ ଆମେ ଯେଉଁ ଜୀବ କଥା କହିବାକୁ ଯାଉଛୁ ତାହା ବାସ୍ତବରେ ଜନ୍ମରୁ ସେଭଳି ନଥିଲେ । ନିଜର ଏକ ନିଆରା ସଉକକୁ ପୂରଣ କରିବାକୁ ସେ ଦୀର୍ଘବର୍ଷ ହେବ ଏଭଳି ରୂୁପରେ ଏକ ଚିଡିଆଖାନା ଭିତରେ ରହୁଛନ୍ତି ।

Advertisment

ପାକିସ୍ତାନର କରାଚୀ ସହରରେ ଥିବା ମୁମତାଜ ମହଲ ଚିଡିଆ ଖାନା ପରିଦର୍ଶନରେ ଯେବେ ଯିବେ ସେଠାରେ ଆପଣଙ୍କୁ ଦେଖିବାକୁ ମିଳିବ ଏହି ଅଜବ ଜୀବ । ଜୀବଟିର ଗଳା ଠାରୁ ମୁହଁ ପର୍ଯ୍ୟନ୍ତ ଏକ ମଣିଷର ହୋଇଥିବା ବେଳେ ବେକ ଠାରୁ ତଳ ପର୍ଯ୍ୟନ୍ତ ଶୃଗାଳ ଆକୃତିର । ଏଭଳି ଅଜବ ଜୀବକୁ ଦେଖିବାକୁ ଦୈନିକ ହଜାର ହଜାର ଲୋକ ଏହି ଚିଡିଆଖାନାକୁ ଆସିଥାନ୍ତି । ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ କି କେବଳ ଏହି ଅଜବ ଜୀବକୁ ଦେଖିବାକୁ ଚିଡିଆଖାନାକୁ ଆସିଥାନ୍ତି ।

ଆପଣଙ୍କ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଭଳି ଦେଖାଯାଉଥିବା ମଣିଷଟି  ଜନ୍ମରୁ ଏଭଳି ନଥିଲେ । ସେ ବି ଜଣେ ସାଧାରଣ ମଣିଷ ଭଳି ଜନ୍ମ ହୋଇଥିଲେ । ସେ ଏଭଳି ରୂପରେ ନିଜକୁ ସଜାଇବା ପଛରେ ଏକ ସୁନ୍ଦର କାହାଣୀ ରହିଛି । ଏହି ବ୍ୟକ୍ତିଙ୍କର ବାସ୍ତବ ନାମ ହେଉଛି ମୁରାଦ ଅଲ୍ଲୀ ।

ମୁରାଦଙ୍କୁ ଲୋକେ ଦେଖିବାକୁ ଆସୁଥିବାରୁ ସେ ନିଜକୁ ଭାଗ୍ୟବାନ ବୋଲି ମନେକରନ୍ତି । ଏହାସହ ଲୋକମାନେ ତାଙ୍କ ସହ ଫଟୋ ଉଠାଇବା ବେଳେ ଖୁସିରେ ବିଭୋର ହୋଇପଡନ୍ତି ମୂରାଦ ଅଲ୍ଲୀ  । ଏହା ସତ ହୋଇନଥିବା ବେଳେ ମୂରାଦ ଲୋକମାନଙ୍କ ମନୋରଂଜନ କରିବା ଉର୍ଦ୍ଦେଶ୍ୟରେ ଏଭଳି କରିଥାନ୍ତି ।

କେବଳ ମୂରାଦ ଅଲ୍ଲୀ ନୁହଁନ୍ତି । ଏଭଳି କାମ କରିବାରେ ସେ ହେଉଛନ୍ତି ତାଙ୍କ ପରିବାରର ଦ୍ୱିତୀୟ ପୀଢି । ଏହା ପୂର୍ବରୁ ମୂରାଦ ଅଲ୍ଲୀଙ୍କ ପିତା ଏହି ଚିଡିଆଖାନାରେ ଅଧା ମଣିଷ ଅଧା ଶୃଗାଳ ରୂପରେ ସଜେଇ ହୋଇ ଲୋକଙ୍କ ମନୋରଂଜନ କରୁଥିଲେ । ତାଙ୍କର ଦେହାନ୍ତ ପରେ ମୂରାଦ ଅଲ୍ଲୀ ପିତାଙ୍କର କାମ କରୁଛନ୍ତି । ସବୁଠାରୁ ବଡକଥା କି, ମୂରାଦ ଗୋଟିଏ ସ୍ଥାନରେ ଗୋଟିଏ ପୋଜରେ ୧୨ ଘଂଟାରୁ ଅଧିକ ସମୟ ଧରି ରହିପାରନ୍ତି ।