କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଠାରେ ଥିବା ମା’ ଗୃହର ପରିଚାଳିକା ଲକ୍ଷ୍ମୀ ମାଝିଙ୍କ ମୃତ ଦେହକୁ ଚନ୍ଦ୍ରପୁର ପୋଲିସ ଉଦ୍ଧାର କରିଛି । ସମ୍ପୂର୍ଣ ଶରୀର ପୋଡିଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଚନ୍ଦ୍ରପୁର ଡ଼ାକ୍ତରଖାନା ପରିସରରେ ଏହି ଘଟଣା ଘଟିଛି । ମୃତକଙ୍କ ନିଜ ଘର କାଶିପୁର ବ୍ଲକରେ। କିଭଳି ପରିସ୍ଥିତିରେ ନିଆଁ ଲାଗି ସେ ମୃତ୍ୟୁ ବରଣ କଲେ ତରି କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛି ।