କନକ ବ୍ୟୁରୋ: ଜିମ୍ବାୱେରେ ମୁଦ୍ରାସ୍ଫିତି ଏତେ ପରିମାଣରେ ବଢିଯାଇଛି ଯେ ସରକାରଙ୍କୁ ଜିିନିଷ କିଣିବା ପାଇଁ ନୂଆ ନୋଟ୍ କରିବାକୁ ବାଧ୍ୟ ହୋଇଛନ୍ତି ଏଠିକାର ସରକାର । ସରକାରଙ୍କ ପକ୍ଷରୁ ଏକ ନୋଟିସ୍ ଜାରି କରି କୁହାଯାଇଛି ଯେ ଜିମ୍ବାୱେ ୧୦୦ ଡଲାର (ପାଖାପାଖି ୭,୫୦୦ଟଙ୍କା)ର ଏକ ନୂଆ ନୋଟ୍ ଜାରି କରିବ । ଏହା ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ମୂଲ୍ୟ କାଗଜ ନୋଟ୍ ହେବ ।
କିନ୍ତୁ ମୁଦ୍ରାସ୍ଫିତିଏତେ ଯେ, ଏହି ନୋଟରୁ ଲୋକେ ଗୋଟିଏ ସୁଦ୍ଧା କିଣିପାରିବେ ନାହିଁ । ୧୦୦ ଡଲାରରେ ତାଙ୍କୁ କେବଳ ଅଧା ପାଉଁରୁଟି ମିଳିପାରିବ । ରିପୋର୍ଟ ମୁତାବକ, ସରକାର ନୋଟ୍ ଜାରି କରିବାର ତାରିଖ ଏଯାଏଁ ଘୋଷଣା କରିନାହାଁନ୍ତି । ଜିମ୍ବାୱେର ଏହି ୧୦୦ ଡଲାର ମୂଲ୍ୟ ୦.୬୮ ଆମେରିକୀୟ ଡଲାର (ପାଖାପାଖି ୭୫ଟଙ୍କା ହେବ) । ଦେଶରେ ଫେବୃଆରୀ ମାସରେ ମୁଦ୍ରାସ୍ଫୀତି ୬୬.୧ ପ୍ରତିଶତ ଥିଲା । ଯାହା ମାର୍ଚ୍ଚ ଆରମ୍ଭରୁୁ ହିଁ ୭୨.୭ ପ୍ରତିଶତ ହୋଇଯାଇଛି । ବର୍ତ୍ତମାନ ଏହା ଆହୁରି ବୃଦ୍ଧି ପାଇଛିି । ୨୦୦୮ ମସିହାବେଳେ ଦରଦାମ୍ ଏତେ ବଢିଯାଇଥିଲା ଯେ ମୁଦ୍ରା ମୂଲ୍ୟ ବହୁତ କମିଯାଇଥିଲା । ଏବେ କେନ୍ଦ୍ରୀୟ ବ୍ୟାଙ୍କକୁ ୧୦୦ ଟ୍ରିଲିଅନ୍ ଡଲାରର ନୋଟ୍ ଜାରି କରାଇବାକୁ ପହିଥିଲା । ଏବେ ଲୋକେ ଏହି ପଇସାକୁ ସୌଖୀନ ଭାବରେ ଜମା କରୁଛନ୍ତି ।
କହିରଖୁଁ କି, ୨୦୦୮ରେ ଜିମ୍ବାୱେରେ ଏକ ମିଳିତ ସରକାର ଶାସନକୁ ଆସିଥିଲା, ଯିଏ ଦେଶର ଆର୍ଥିକ ସ୍ଥିତିକୁ ସମ୍ଭାଳିବା ପାଇଁ ସ୍ଥାନୀୟ ମୁଦ୍ରାକୁ ଛାଡି ଗ୍ରୀନବ୍ୟାଙ୍କ ଏବଂ ଦକ୍ଷିଣ ଆଫ୍ରିକାର ର୍ୟାଣ୍ଡକୁ ଆପଣାଇଥିଲା । କିନ୍ତୁ ୨୦୧୯ରେ ସରକାର ପୁଣିଥରେ ଡଲାରକୁ ଆପଣାଇଥିଲେ । ସେତେବେଳେ, ସରକାର କହିଥିଲେ ଯେ ଏକ ଜିମ୍ବାୱେ ଡଲାରର ମୂଲ୍ୟ ଏକ ଆମେରିକୀୟ ମୂଲ୍ୟ ଏକ ଆମେରିକୀୟ ଡଲାର ବରାବର । ଜିମ୍ବାୱେର ମୁଦ୍ରାସ୍ଫୀତି ଋଷ- ୟୂୁକ୍ରେନ ଯୋଗୁଁ ଆହୁରି ଖରାପ ହୋଇଯାଇଛି ।