ଦେଶର ବଡ ସରକାରୀ ଉଦ୍ୟୋଗରେ ଆନ୍ଦୋଳନ । ସମାନ ଦରମା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ‘ହାଲ’ର ୨୨ ହଜାର କର୍ମଚାରୀ

ସୁନାବେଢ଼ାରେ ବି ପ୍ରଭାବ, ଯୁଦ୍ଧ ବିମାନ ଇଞ୍ଜିନ କାର୍ଯ୍ୟ ଠପ୍

505

କନକ ବ୍ୟୁରୋ: ଦରମା ବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ ରେ ‘ହାଲ’ କର୍ମଚାରୀମାନେ ଆଜିଠାରୁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଦେଶର ପ୍ରାୟ ୨୦ ହଜାର କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସୁନାବେଡାରେ ବି ପ୍ରାୟ ୨୮ ଶହ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ହାଲ୍ ଶ୍ରମିକ ସଂଘ ସମନ୍ୱୟ କମିଟି ଏହି ଆନ୍ଦୋଳନ ଆରମ୍ଭ କରିଛି । ଆନ୍ଦୋଳନକୁ ସ୍ୱୀକୃତିପ୍ରାପ୍ତ ବିଜୁ ଏରୋନେଟିକ୍ସ କର୍ମଚାରୀ ସଂଘ ସମର୍ଥନ କରୁଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ ।

ଫଳରେ ସୁଖୋଇ-୩୦ ବିମାନର ଇଂଜିନ କାମ ସଂପୂର୍ଣ୍ଣ ବନ୍ଦ ଥିବାବେଳେ ମିଗ୍-୨୯ ଯୁଦ୍ଧ ବିମାନର ଇଞ୍ଜିନର ମେଂଟନାସ କାମ ବି ଠପ ହୋଇଛି । ଆନ୍ଦୋଳନକୁ ଟାଳିବା ପାଇଁ କର୍ମଚାରୀ ସଂଘ ଓ ପରିଚାଳନା କମିଟି ମଧ୍ୟରେ ଆଲୋଚନା ହୋଇଥିଲେ ବି ଏହା ବିଫଳ ହେବା ପରେ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ହାଲରେ ପର୍ବରୁ ଏଭଳି ଆନ୍ଦୋଳନ ୧୯୮୬ରେ ଦେଖିବାକୁ ମିଳିଥିଲା ।

ଦେଶର ଅନ୍ୟତମ ବଡ ସରକାରୀ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ, ହାଲର ଦେଶରେ ୫ଟି ଉତ୍ପାଦନ କଂପ୍ଲେସ ରହିଛି । ସୁନାବେଡା ଛଡା କୋରାପୁଟ, ହାଇଦ୍ରାବାଦ,ବେଙ୍ଗାଲୁରୁରେ ହାଲର ୟୁନିଟ ଅଛି । ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି, ଦରମାରେ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ପାତରଅନ୍ତର କରାଯାଉଛି ।